କରୋନା ମହାମାରୀକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଶ୍ୱେତ ପତ୍ର । କହିଲେ ଦ୍ୱିତୀୟ ଲହରରେ ୯୦ ପ୍ରତିଶତ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା

କରୋନା ମହାମାରୀକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଶ୍ୱେତ ପତ୍ର । କହିଲେ ଦ୍ୱିତୀୟ ଲହରରେ ୯୦ ପ୍ରତିଶତ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା

କନକ ବ୍ୟୁରୋ: ଦ୍ୱିତୀୟ ଲହର କରୋନା ମୃତ୍ୟୁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ରହୁଲ କହିଛନ୍ତି ମେଡ଼ିସନ୍ ଏବଂ ଅକ୍ସିଜେନ୍ ଠିକ୍ ପରିମାଣର ଉପଲବ୍ଧ ଥିଲେ ଦ୍ୱିତୀୟ ଲହରରେ ହୋଇଥିବା ମୃତ୍ୟୁ ସଂଖ୍ୟାର ୯୦ ପ୍ରତିଶତ ରୋକା ଯାଇ ପାରିଥାଆନ୍ତା । ସେହିପରି ମହାମାରୀ କରୋନାକୁ ନେଇ ଶ୍ୱେତପତ୍ର ଜାରି କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶ୍ୱେତପତ୍ରରେ ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କୁ ସତର୍କ କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି ରାହୁଲ । କହିଛନ୍ତି, ଦ୍ୱିତୀୟ ଲହରକୁ ନେଇ ବୈଜ୍ଞାନିକମାନେ ସରକାରଙ୍କୁ ସତର୍କ କରିଥିଲେ । କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନଥିଲେ । ସାରା ଦେଶ ଜାଣିଛି ତୃତୀୟ ଲହର ଆସୁଛି । କିନ୍ତୁ ପୁଣି ସେହିଭଳି ଭୁଲ କରୁଛନ୍ତି ସରକାର ।

ଦ୍ୱିତୀୟ ଲହରର ଆସିବା ପୂର୍ବରୁ ବେଡ୍, ଅକ୍ସିଜେନର ଯେଉଁଭଳି ବ୍ୟବସ୍ଥା କରାଯାଇନଥିଲା, ତୃତୀୟ ଲହର ଆସିବା ପୂର୍ବରୁ ସେସବୁର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥିସହ କରୋନାରେ ଯେଉଁ ଲୋକଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପରିବାରବର୍ଗକୁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି ରାହୁଲ । ତେବେ ଗତକାଲି ଭଳି ସବୁ ଦିନ ଟିକାକରଣକୁ ବ୍ୟାପକ କରିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।

ଟୁଇଟ କରି ରାହୁଲ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଛବି ବଂଚାଇବା ପାଇଁ ଲଗାତର ପ୍ରୟାସ କରାଯାଉଛି । ଯାହାଦ୍ୱାରା ଭୁତାଣୁର ଭୟାବହତା ବଢିବାରେ ଲାଗିଛି । ଲୋକଙ୍କ ଜୀବନ ଯାଉଛି । ଭାରତକୁ ତ୍ୱରିତ ଏବଂ ପୁର୍ଣ୍ଣ ଟିକାକରଣର ଆବଶ୍ୟକତା ରହିଛି । ମୋଦି ସରକାରଙ୍କ ନିସ୍କ୍ରିୟତା ଏବଂ ଭ୍ୟାକ୍ସିନ୍ ଅଭାବ ଲୁଚାଇବା ପାଇଁ ପ୍ରତିଦିନ ମିଥ୍ୟା ଏବଂ ଖୋଲା ସ୍ଲୋଗାନ କରୁଛନ୍ତି ବୋଲି ଟୁଇଟ କରି ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp