କରୋନା ପାଇଁ ଚଳିତ ବର୍ଷ ବି ଅମରନାଥ ଯାତ୍ରା ରଦ୍ଦ

କରୋନା ପାଇଁ ଚଳିତ ବର୍ଷ ବି ଅମରନାଥ ଯାତ୍ରା ରଦ୍ଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅମରନାଥ ଯାତ୍ରା ରଦ୍ଦ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି ।

ତେବେ ହିମଲିଙ୍ଗର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ଘରେ ବସି ହିମଲିଙ୍ଗ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖିଆଗରେ ରଖି ସକାଳେ ଓ ସନ୍ଧ୍ୟା ବେଳେ ଅମରନାଥଙ୍କ ଆଳତି ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ।

ସୂଚନାଯୋଗ୍ୟ, ହିମାଳୟର ଶିଖରରେ ୩୮୮୦ ମିଟର୍ ଉଚ୍ଚତାରେ ଥିବା ଭଗବାନ ଶିବଙ୍କ ଗୁମ୍ଫା ମନ୍ଦିର ପାଇଁ ୫୬ ଦିନିଆ ଯାତ୍ରା ଜୁନ୍ ୨୮ ତାରିଖରୁ ପହଲଗାମ ଓ ବାଲଟାଲ ମାର୍ଗରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହୋଇଥାନ୍ତା।

 

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp