କରୋନା ତୃତୀୟ ଲହରର ପ୍ରଭାବ କମ ରହିବ: ଜନ ସ୍ଵାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଧିରେ ଧିରେ କମୁଥିବା ବେଳେ ଆଗକୁ ତୃତୀୟ ଲହର ଆସୁଛି । ଏହାକୁ ମୁକାବିଲା ପାଇଁ ସରକାରାଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ତେବେ ଏଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ ଆଶ୍ଵସ୍ତିକର କଲାଭଳି ଖବର ହେଉଛି।
ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ମତ ଦେଇଛନ୍ତି । ତଥାପି ଆମକୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ଜୋରଦାର କରିବାକୁ ପଡିବ । କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଆମେ ଟିକାକରଣ କରିବୁ । ଟିକାକରଣ ନେଇ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଓ ଆମେ ବି ପ୍ରସ୍ତୁତ ହୋଇ ରହିଛୁ ବୋଲି ଡ. ନିରଞ୍ଜନ ମିଶ୍ର କହିଛନ୍ତି ।
ସେପଟେ ଷ୍ଟେରଏଡ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଉପରେ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଯେଉଁ ନୂଆ ଗାଇଡଲାଇନ ଆସିଛି ସେହି ଅନୁଯାୟୀ ଷ୍ଟେରଏଡ ବ୍ୟବହାର ହେବ । ଯେଉଁମାନଙ୍କ ଅକ୍ସିଜେନ ଆବଶ୍ୟକ ରହୁଛି ସେହିମାନଙ୍କ କ୍ଷେତ୍ରରେ ଷ୍ଟେରଏଡ଼ ବ୍ୟବହାର ହେଉଛି । କୋଭିଡ ସମୟରେ ଯେଉଁମାନେ ମଧ୍ୟମରୁ ଗୁରୁତର ପେସେଣ୍ଟ ଅଛନ୍ତି ସେହିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି।