କରୋନାରେ ଆଖି ବୁଜିଲେ ଡାକ୍ତର ପ୍ରଫୁଲ୍ଲ ବାରିକ

କରୋନାରେ ଆଖି ବୁଜିଲେ ଡାକ୍ତର ପ୍ରଫୁଲ୍ଲ ବାରିକ

ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ୍ଲ ବାରିକ(୫୧)ଙ୍କ ରବିବାର ପୂର୍ବାହ୍ନ ୯ଟାରେ ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ସଂକଟାପନ୍ନ ହେବାରୁ ତାଙ୍କୁ ବିକାଶ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଯାଇଛି।

ସେ ଜଣେ କର୍ତବ୍ୟନିଷ୍ଠ, ସରଳ, ନିଷ୍କପଟ ବ୍ୟକ୍ତି ଥିଲେ। ଡାକ୍ତରୀ ପାସ୍ କରିବା ପରେ ସେ ସୋହେଲାସ୍ଥିତ ପଦ୍ମପୁର ରୋଡରେ ଏକ କ୍ଲିନିକ୍‌ କରି ରୋଗୀଙ୍କ ସେବା କରୁଥିଲେ। ଏହି କରୋନା କାଳରେ ଅଂଚଳର ଶହ ଶହ ରୋଗୀଙ୍କ ସେ ଚିକିତ୍ସା କରି ରୋଗୀଙ୍କ ଜୀବନ ରକ୍ଷା କରିଥିଲେ। ପ୍ରକୃତରେ ସେ ଜଣେ ଗରିବଙ୍କ ଡାକ୍ତର ଭାବରେ ଏ ଅଂଚଳରେ ସୁପରିଚିତ ଥିଲେ। ଶେଷରେ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ମରଶରୀରକୁ ଭଟଲିରୋଡରେ ଥିବା ପିପଲମୁଣ୍ତା କୋଭିଡ୍‌ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସେ ତାଙ୍କ ପଛରେ ପତ୍ନୀ ମଂଜୁ ଓ ପୁଅ ତାପସଙ୍କୁ ଛାଡି ଯାଇଛନ୍ତି। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

The post କରୋନାରେ ଆଖି ବୁଜିଲେ ଡାକ୍ତର ପ୍ରଫୁଲ୍ଲ ବାରିକ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp