କପିଲ ସେୟାର କଲେ ପୁଅ ତ୍ରିଶାନଙ୍କ ଫଟୋ
ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ମଧ୍ୟ ପିତା ହେବା ପରେ ନିଜ ପୁଅ ସହ ଫଟୋ ସେୟାର କରିଛନ୍ତି । କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନ୍ନୀ ୧ ଫେବୃଆରୀ ୨୦୨୧ରେ ପୁତ୍ର ସନ୍ତାନର ପିତା ମାତା ହୋଇଥିଲେ । କପିଲ ଏହା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେବା ପରେ ତାଙ୍କ ପୁଅଙ୍କ ଫଟୋ କେବେ ସେୟାର କରିନଥିଲେ । କିନ୍ତୁ ଗତ କାଲି ଫାଦର୍ସ ଡେ ଉପଲକ୍ଷେ କପିଲ ନିଜ ପୁତ୍ର ସନ୍ତାନ ସହ ଫଟୋ ସେୟାର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, କପିଲଙ୍କ ପୁଅଙ୍କ ନାମ ତ୍ରିଶାନ ରଖିଛନ୍ତି । ଏବେ ସେ ୨ ପିଲାଙ୍କ ଫଟୋ ସେୟାର କରିଛନ୍ତି।
କପିଲ ଏହି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖି ଫ୍ୟାନ୍ସ ମାନେ ଜବରଦସ୍ତ କମେଣ୍ଟ ଦେବା ସହ ପୋଷ୍ଟକୁ ଖୁବ ପସନ୍ଦ କରିଛନ୍ତି । ଅନେକ କମେଣ୍ଟସ୍ ଜରିଆରେ ଆଶିର୍ବାଦ ଦେଇଛନ୍ତି ।
ଫଟୋରେ କପିଲ ପୁଅ ତ୍ରିଶାନ୍ ଓ ଝିଅ ଅନାୟାରଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ସେଆର କରି କପିଲ କ୍ୟାପସନ୍ରେ ଲେଖିଛନ୍ତି, ଦର୍ଶକଙ୍କ ଡିମାଣ୍ଡ ଅନୁସାରେ ପ୍ରଥମ ଥର ପାଇଁ ତ୍ରିଶାନ୍ ଓ ଅନାୟାର ଏକାଠି ହୋଇଛନ୍ତି। କପିଲଙ୍କ ଏହି ଫଟୋକୁ ବର୍ତ୍ତମାନ ଯାଏଁ ୮ ଲକ୍ଷରୁ ଅଧିକ ଲୋକ ପସନ୍ଦ କରି ସାରିଲେଣି।