କଟକଣା କୋହଳ କଲା ଦୁବାଇ: ଟିକା ନେଇଥିବା ଏବଂ ‘ରେସିଡେନ୍ସ୍ ଭିସା’ ଥିବା ଭାରତୀୟଙ୍କୁ ଦେଶ ପ୍ରବେଶ ଅନୁମତି
Normal
0
false
false
false
EN-US
X-NONE
X-NONE
/* Style Definitions */
table.MsoNormalTable
{mso-style-name:”Table Normal”;
mso-tstyle-rowband-size:0;
mso-tstyle-colband-size:0;
mso-style-noshow:yes;
mso-style-priority:99;
mso-style-qformat:yes;
mso-style-parent:””;
mso-padding-alt:0in 5.4pt 0in 5.4pt;
mso-para-margin-top:0in;
mso-para-margin-right:0in;
mso-para-margin-bottom:10.0pt;
mso-para-margin-left:0in;
line-height:115%;
mso-pagination:widow-orphan;
font-size:11.0pt;
font-family:”Calibri”,”sans-serif”;
mso-ascii-font-family:Calibri;
mso-ascii-theme-font:minor-latin;
mso-fareast-font-family:”Times New Roman”;
mso-fareast-theme-font:minor-fareast;
mso-hansi-font-family:Calibri;
mso-hansi-theme-font:minor-latin;}
ଦୁବାଇ: ଦୁବାଇରେ ବାସ କରୁଥିବା ଭାରତ ସମେତ କେତେକ ଦେଶର ନାଗରିକମାନଙ୍କ ପାଇଁ ଦୁବାଇ ସରକାରୀ କର୍ତ୍ତୃପକ୍ଷମାନେ ଦେଶ ପ୍ରବେଶ ନିଷେଧ କଟକଣା କୋହଳ କରିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ, ସର୍ତ୍ତ ରଖିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତିବିଶେଷ ‘ୟୁଏଇ ଅନୁମୋଦିତ’ ଦୁଇ ଡୋଜ୍ କୋଭିଡ୍-୧୯ ଟିକା ନେଇଥିବା ବାଞ୍ଛନୀୟ।
ଶେଖ୍ ମନ୍ସୁର୍ବିନ୍ ରଶିଦ୍ ଅଲ୍ ମକ୍ତୌମ୍ଙ୍କ ନେତୃତ୍ବାଧୀନ ଦୁବାଇର ‘ଦି ସୁପ୍ରିମ୍ କମିଟି ଅଫ୍ କ୍ରାଇସିସ୍ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍’ ଭାରତ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏହି କଟକଣା କୋହଳ କରାଯାଇଥିବା ଘୋଷଣା କରିଛି। ଜୁନ୍ ୨୩ ଠାରୁ ଏହା ଲାଗୁ କରାଯିବ ବୋଲି ‘ଗଲ୍ଫ୍ ନିଉଜ୍’ରେ ରିପୋର୍ଟ ପ୍ରକାଶ ପାଇଛି।
ଦୁବାଇ ଯାତ୍ରା ପାଇଁ ଭାରତୀୟ ବ୍ୟକ୍ତି ବିଶେଷଙ୍କ ନିକଟରେ ବୈଧ୍ୟ ‘ରେସିଡେନ୍ସ୍ ଭିସା’ ଥିବା ଏକାନ୍ତ ଆବଶ୍ୟକ। ତା’ଛଡ଼ା ସେମାନେ ୟୁଏଇ ଅନୁମୋଦିତ’ ଦୁଇ ଡୋଜ୍ କୋଭିଡ୍-୧୯ ଟିକା ନେଇଥିବା ଉଚିତ। ‘ୟୁଏଇ’ ସରକାର ସମ୍ପ୍ରତି ‘ସାଇନୋଫାର୍ମ’, ‘ଫାଇଜର୍-ବାୟୋଏନ୍ଟେକ୍’, ‘ସ୍ପୁଟ୍ନିକ୍ ଭି’ ଏବଂ ‘ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା’ ଭଳି ୪ଟି କରୋନାଭାଇରସ୍ ନିରୋଧୀ ଟିକା ଅନୁମୋଦନ କରିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
Image Courtesy of Money Control
କିନ୍ତୁ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଅଣପ୍ରବାସୀମାନଙ୍କୁ ଦୁବାଇ ପ୍ରବେଶାନୁମତି ପ୍ରଦାନ କରାଯାଇଛି। ଏଥିପାଇଁ ସେମାନେ ଟିକାକରଣ ଓ ‘ପିସିଆର୍ ଟେଷ୍ଟ୍’ ସାର୍ଟିଫିକେଟ୍ ଦାଖଲ କରିବେ। ଦୁବାଇ ଭ୍ରମଣ ପାଇଁ ସ୍ବଦେଶ ଛାଡ଼ିବାର ୪୮ ଘଣ୍ଟା ପୂର୍ବରୁ ପରୀକ୍ଷା ହୋଇଥିବା ‘ପିସିଆର୍ ନେଗେଟିଭ୍’ ସାର୍ଟିଫିକେଟ୍ ଆବଶ୍ୟକ ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି।
ସେହିଭଳି, ଦୁବାଇକୁ ଆସିବାର ୪ ଘଣ୍ଟା ପୂର୍ବରୁ ଭାରତୀୟ ଯାତ୍ରୀମାନେ ‘ରାପିଡ୍ ପିସିଆର୍’ ଟେଷ୍ଟ୍ କରାଇବା ଆବଶ୍ୟକ। ଦୁବାଇ ପହଞ୍ଚିବା ପରେ ସେମାନଙ୍କୁ ପୁଣି ଥରେ ‘ପିସିଆର୍’ ଟେଷ୍ଟ୍ କରାଇବାକୁ ପଡ଼ିବ। ଏହାଛଡ଼ା, ଦୁବାଇ ‘ପିସିଆର୍’ ପରୀକ୍ଷା ଫଳ ବାହାରିବା ପର୍ଯ୍ୟନ୍ତ ସେମାନଙ୍କୁ ‘ସରକାରୀ କ୍ବାରେଣ୍ଟିନ୍ ସେଣ୍ଟର୍’ରେ ରହିବାକୁ ପଡ଼ିବ। ଅବଶ୍ୟ ୨୪ ଘଣ୍ଟା ମଧ୍ୟରେ ଦୁବାଇ ‘ପିସିଆର୍’ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ।
କିନ୍ତୁ, ‘ୟୁଏଇ’ ନାଗରିକମାନଙ୍କ ନିମନ୍ତେ ଉପରୋକ୍ତ ସର୍ତ୍ତାବଳି ପ୍ରଯୁଜ୍ୟ ନୁହେଁ। ସେମାନଙ୍କ କ୍ଷେତ୍ରରେ କେବଳ ‘କ୍ୟୁଆର୍-କୋଡେଡ୍ ନେଗେଟିଭ୍ ପିସିଆର୍ ଟେଷ୍ଟ୍ ସାର୍ଟିଫିକେଟ୍’ ଗ୍ରହଣୀୟ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ସ୍ମରଣଯୋଗ୍ୟ, ମହାମାରୀର ଦ୍ବିତୀୟ ପ୍ରବାହ ବେଳେ ଭାରତରେ ଦ୍ରୁତ କୋଭିଡ୍-୧୯ ସଂକ୍ରମଣ ବିସ୍ତାର ହେବା କାରଣରୁ ଭାରତବାସୀଙ୍କ ପାଇଁ ଦୁବାଇ ‘ପ୍ରବେଶ ନିଷେଧାଜ୍ଞା’ ଜାରି କରିଥିଲା।
The post କଟକଣା କୋହଳ କଲା ଦୁବାଇ: ଟିକା ନେଇଥିବା ଏବଂ ‘ରେସିଡେନ୍ସ୍ ଭିସା’ ଥିବା ଭାରତୀୟଙ୍କୁ ଦେଶ ପ୍ରବେଶ ଅନୁମତି first appeared on Sambad.