ଓଡିଆ ପୁଅ ପାଇଁ ଦିଲ୍ଲୀରୁ ସହାୟତା ମାଗୁଛି ସ୍ତ୍ରୀ । ଇକମୋ ଚିକିତ୍ସା ପାଇଁ ଦରକାର ୨କୋଟି ଟଙ୍କା

ଓଡିଆ ପୁଅ ପାଇଁ ଦିଲ୍ଲୀରୁ ସହାୟତା ମାଗୁଛି ସ୍ତ୍ରୀ । ଇକମୋ ଚିକିତ୍ସା ପାଇଁ ଦରକାର ୨କୋଟି ଟଙ୍କା

କନକ ବ୍ୟୁରୋ : ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରୁଛି ସ୍ତ୍ରୀ… । ଦିଲ୍ଲୀରୁ ନିଜର ସିନ୍ଦୁରକୁ ନୂଆ ଜୀବନ ଦେବାକୁ ସହାୟତା ଲୋଡୁଛନ୍ତି ଓଡ଼ିଆ ବୋହୂ ନିକିତା । ମନୋଜ ନାୟକ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତ ଜୁନ ୮ତାରିଖରେ ମନୋଜଙ୍କର ଜନ୍ମଦିନ ଥିଲା । ଜନ୍ମଦିନକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ଭାବିଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । କିନ୍ତୁ କରୋନା ସବୁ ଆଶାକୁ ପାଣିରେ ମିଳାଇ ଦେଇଛି । ଜନ୍ମଦିନ ପାଳିବା ବଦଳରେ ଜୀବନ ସହ ସଂଘର୍ଷ କରୁଛନ୍ତି ମନୋଜ ।
ଯିଏ ଦିନେ ଗରିବ ଅସହାୟଙ୍କୁ ସାହାର୍ଯ୍ୟ କରିବା ସହ ସେମାନେ କେମିତି ସ୍ୱାବଲମ୍ବୀ ହେବେ, ସେନେଇ ଚିନ୍ତା କରୁଥିଲେ ସେ ନିଜେ ଆଜି ମୃତ୍ୟୁ ସହ ଲଢେଇ କରୁଛନ୍ତି । ଗତ ଏପ୍ରିଲ ମାସ ଶେଷ ସପ୍ତାହରେ ମନୋଜଙ୍କ ଶରୀରରେ କରୋନା ଜନତି ଲକ୍ଷଣ ଦେଖିବାକୁ ମିଳିଥିଲା । କିନ୍ତୁ ଆରଟି-ପିସିଆର ଟେଷ୍ଟ ନେଗେଟିଭ୍ ବାହାରିଥିଲା । ମେ ୮ତାରିଖ ବେଳକୁ ମନୋଜଙ୍କ ଶରୀରରେ ଅକ୍ସିଜେନର ମାତ୍ରା ଧିରେ ଧିରେ କମିବାରୁ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଗଲା । ୧୦ ମେ’ ବେଳକୁ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜୁନ୍ ୪ ତାରିଖ ବେଳକୁ ସ୍ୱାସ୍ଥ୍ୟବସ୍ଥା ଆହୁରି ଗୁରୁତର ହେବା ସହ ଅମ୍ଲଜାନ ମାତ୍ର କମିବା ଆରମ୍ଭ କରିଥିଲା । ଏପରିକି ଭେଣ୍ଟିଲେଟରରେ ତାଙ୍କୁ ଭର୍ତ୍ତି କରିବାକୁ ପଡିଥିଲା ।
ଏହି ସମୟରେ ମନୋଜଙ୍କ ଫୁସଫୁସ କିଛି ମାତ୍ରାରେ ସଂକ୍ରମଣର ଶିକାର ହୋଇଛି ଏବଂ ଏଥିପାଇଁ ଇକମୋ ଚିକତ୍ସାର ଆବଶ୍ୟକତା ରହିଛି । ଦିଲ୍ଲୀରେ ଚିକିତ୍ସିତ ହେଉଥିବା ମନୋଜଙ୍କୁ ଏଥିପାଇଁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରିବାର ଆବଶ୍ୟକତା ରହିଛି । କିନ୍ତୁ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ୨ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଆଉ ଏହି ଖର୍ଚ୍ଚ ଉଠାଇବା ମନୋଜଙ୍କ ପରିବାର ପକ୍ଷେ ସମ୍ଭବ ନୁହେଁ । କାରଣ ମନୋଜଙ୍କ ବାପା ଜଣେ କ୍ୟାନସର ରୋଗୀ ଏବଂ ଯେଉଁ ଜମାପୁଞ୍ଜି ଥିଲା ତାହା ଗତ ଗୋଟିଏ ମାସ ଚିକିତ୍ସାରେ ଖର୍ଚ୍ଚ ହୋଇଛି ।
ତେଣୁ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଗୁହାରି କରିଛନ୍ତି ସ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ମନୋଜଙ୍କୁ ପ୍ରାୟ ୧କୋଟି ୭୧ଲକ୍ଷ ଲଙ୍କାର ସହାୟତା ମିଳି ସାରିଛି । ଆଉ ଅଳ୍ପ କିଛି ଟଙ୍କାର ଆବଶ୍ୟକତା ରହିଛି । ମନ୍ଦିର ଦାନବାକ୍ସରେ ଟଙ୍କାଏ ଟଙ୍କାଏ ପକାଇଲା ଭଳି ଯଦି ସମସ୍ତେ ଅଳ୍ପ ବହୁତ ସହାୟତା କରନ୍ତେ ତାହେଲେ ମନୋଜଙ୍କ ଜୀବନ ବଞ୍ଚିଯାଇପାରନ୍ତା । ଆଉ ଯେଉଁମାନେ ମନୋଜକୁ ସାହାଯ୍ୟ କରିବାକୁ ଚାହୁଁଥିବେ ସେମାନେ ମିଲାପ ଆପ୍ ମାଧ୍ୟମରେ ସହାୟତା କରିପାରିବେ ।
ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ମନୋଜଙ୍କୁ ସହାୟତା କରିପାରିବେ ।

https://milaap.org/fundraisers/support-manoj-nayak-1?utm_source=whatsapp&utm_medium=fundraisers-title&mlp_referrer_id=5654173

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp