ଓଡିଆ ଆଇଏଏସ ଅଧିକାରୀ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ଦେହାନ୍ତ
କରୋନା ମହାମାରୀ କେତେ ଯେ ଲୋକଙ୍କୁ ନିଜ ଆୟତ୍ତକୁ ନେଇଛି ତାହା ଆମ କଳ୍ପନା ବାହାରେ | ପ୍ରତିଦିନ ରାତି ପାହିଲେ ହଜାର ହଜାର ଲୋକଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳୁଛି | ଆମ ଗହଣରୁ ଅନେକ ସମର୍ଥ ଲୋକଙ୍କୁ ଛଡାଇ ନେଉଛି ମହାମାରୀ | ଆଜି ଜଣେ ଦକ୍ଷ ଓଡିଆ ଆଇଏଏସ ଅଧିକାରୀଙ୍କ ପ୍ରାଣ ନେଇଛି କରୋନା | ସେ ହେଉଛନ୍ତି ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କ | କରୋନା ସଂକ୍ରମିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି | ସେ ୧୯୮୬ ମସିହାର ଗୁଜୁରାଟ କ୍ୟାଡର ଆଇଏଏସ ଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯ଼େ ସ୍ବର୍ଗତଃ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ୟ୍ୟ କରିଥିଲେ । ତାଙ୍କର କର୍ମଭୂମି ଗୁଜୁରାଟ ଥିଲେ ମଧ୍ୟ ଓଡ଼ିଶା ଜଣେ ପ୍ରକୃତ ଯୋଦ୍ଧାଙ୍କୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି |
The post ଓଡିଆ ଆଇଏଏସ ଅଧିକାରୀ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ଦେହାନ୍ତ appeared first on .