ଓଟ ପିଠିରେ ବସି ବିଏସଏଫ ଯବାନ ଯୋଗ କରିବା ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତୀବ୍ର ପ୍ରତିକ୍ରିୟା
ଜୟପୁର: ରାଜସ୍ଥାନରେ ବିଏସଏଫ୍ ଟିମ ଓଟମାନଙ୍କ ପିଠିରେ ବସି ଯୋଗ ଅଭ୍ୟାସ କରୁଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ଯବାନମାନେ ଓଟମାନଙ୍କ ପିଠିରେ ବସି ଯୋଗକରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଓଟଗୁଡିକର ଗୋଡ ବନ୍ଧା ଯାଇଥିବା ବେଳେ ସେମାନେ ଚଟାଣରେ ମୁଣ୍ଡ ରଖି ଶୋଇଛନ୍ତି । ଆଉ ବିଏସଏଫ୍ ଯବାନମାନେ ସେମାନଙ୍କ ଉପରେ ବସି ଯୋଗ କରୁଛନ୍ତି । ଏହି ଦୃଶ୍ୟ ଦେଖି ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Thus is cruelty towards animals on international yoga day. They should have used yoga mats rather these poor camels.#InternationalYogaDay @PetaIndia @peta pic.twitter.com/avpbCvVTN3
— Naresh Mallineni (@mnkc_naresh) June 22, 2021
ଏହାପରେ ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୋସିଆଲ ମିଡିଆରେ ଦାବି କରାଯାଇଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ନିରୀହ ପ୍ରାଣୀମାନଙ୍କୁ ଏପରି ନିର୍ଯାତନା ଦେଇଥିବାରୁ ପିଏମଓ ଏଥିପାଇଁ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ? ଆୟୋଜକଙ୍କୁ ଯଥା ଶୀଘ୍ର ଗିରଫ କରାଯାଉ।
The post ଓଟ ପିଠିରେ ବସି ବିଏସଏଫ ଯବାନ ଯୋଗ କରିବା ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତୀବ୍ର ପ୍ରତିକ୍ରିୟା first appeared on Sambad.