ଏହି କାରଣରୁ ୬୫ବର୍ଷୀୟ ବୃଦ୍ଧ ନିଜ ବିବାହ ପାଇଁ ଜିଦ ଧରିଲେ, ବାଧ୍ୟ ହୋଇ ବିବାହ କଲେ ୪ପୁଅ
ଆମେଠି: ଉତ୍ତରପ୍ରଦେଶର ଆମେଠିରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୫ବର୍ଷୀୟ ବୃଦ୍ଧ ନିଜ ବିବାହ ପାଇଁ ଜିଦ ଧରି ବସିଥିଲେ। ଯେତେ ବୁଝାଇଲେ ମଧ୍ୟ ସେ ବୁଝି ନଥିଲେ। ଶେଷରେ ଗ୍ରାମବାସୀ ଓ ପରିବାର ଲୋକ ମିଶି ବୃଦ୍ଧଙ୍କ ବିବାହ କରିଥିଲେ।
ଏଭଳି ଏକ ଅଦ୍ଭୁତ ବିବାହ ଜାମୋ ପୁଲିସ ଷ୍ଟେସନ ଅଞ୍ଚଳର ଖୁଥାନା ଗ୍ରାମରେ ଦେଖିବାକୁ ମିଳିଛି। ୬୫ବର୍ଷୀୟ ମୋତିଲାଲ ନିକଟରେ ବିବାହ ପାଇଁ ଜିଦ ଧରି ବସିଥିଲେ। ତାଙ୍କୁ ଯେତେ ବୁଝାଇଲେ ବି ସେ ବୁଝି ନଥିଲେ। ଶେଷରେ ବୃଦ୍ଧଙ୍କ ଏଭଳି ଜିଦ ଦେଖି ପରିବାରଲୋକେ ମିଶି ତାଙ୍କ ବିବାହ କରାଇ ଦେବାକୁ ସ୍ଥିର କରିଥିଲେ। ଚାରି ପୁଅ ବୋହୂ, ନାତି, ନାତୁଣୀଙ୍କ ଉପସ୍ଥିତିରେ ମୋତିଲାଲଙ୍କ ତାଙ୍କ ୬୦ବର୍ଷୀୟ ସ୍ତ୍ରୀ ମୋହନାଙ୍କ ସହିତ ବିବାହ ହୋଇଥିଲା।
ଆଶ୍ଚର୍ଯ୍ୟର କଥା ହେଉଛି, ମୋତିଲାଲ ଓ ମୋହନାଙ୍କ ୪ପୁଅ ଓ ବୋହୂ ଥିବା ବେଳେ ସେମାନେ ୪୦ବର୍ଷ ହେବ ବିବାହ ନକରି ଏକାଠି ରହୁଥିଲେ। ନିକଟରେ ମୋତିଲାଲ ଚିନ୍ତା କରିଥିଲେ କି ଯଦି ତାଙ୍କ ଦୁହିଁଙ୍କ ବିବାହ ନହୁଏ ତେବେ ପର ପିଢ଼ିର ଉନ୍ନତି ହୋଇ ପାରିବ ନାହିଁ। ତାଙ୍କର ପିଣ୍ଡଦାନ ବି କରାଯାଇ ପାରିବ ନାହିଁ। ତେଣୁ ଗତ ୨୦ ତାରିଖରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ମୋତିଲାଲଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।
The post ଏହି କାରଣରୁ ୬୫ବର୍ଷୀୟ ବୃଦ୍ଧ ନିଜ ବିବାହ ପାଇଁ ଜିଦ ଧରିଲେ, ବାଧ୍ୟ ହୋଇ ବିବାହ କଲେ ୪ପୁଅ first appeared on Sambad.