ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ଆତଙ୍କୀ ନିହତ

ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ଆତଙ୍କୀ ନିହତ

 ଜାମ୍ମୁ କାଶ୍ମୀର: ସୁରକ୍ଷା ବାହିନୀକୁ ବଡ଼ ସଫଳତା। ୩ ଆତଙ୍କବାଦୀ ନିପାତ। ଜାମ୍ମୁ କାଶ୍ମୀର ସୋପୋରେ ଗୁଣ୍ଡ ବ୍ରାଠ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଲସ୍କର-ଏ-ତଏବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି ।

ସୋପୋର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାବାହିନୀକୁ ସୂଚନା ମିଲିଥିଲା। ଏହାପରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲା। ଫଳରେ ଭାରତୀୟ ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଲସ୍କର-ଏ-ତଏବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି । ଏବେବି ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ଅନୁମାନ କରାଯାଉଛି। ଏଣୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ପୁଲିସ ଇନ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର କହିଛନ୍ତି, ନିକଟ ଅତୀତରେ ୩ଜଣ ପୁଲିସ କର୍ମଚାରୀ, ୨ଜଣ କାଉନ୍‌ସିଲର୍‌ ଏବଂ ୨ଜଣ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ କୁଖ୍ୟାତ ‘ଲଶ୍କର୍‌-ଏ-ତୈବା’ କମାଣ୍ଡର୍‌ ମୁଦାସିର ପଣ୍ଡିତ ସଂପୃକ୍ତ ଥିଲା।

 

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp