ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ: କଫି ଦାମ୍ ୭ ହଜାର ଟଙ୍କା

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ: କଫି ଦାମ୍ ୭ ହଜାର ଟଙ୍କା

ପୋଙ୍ଗୟାଙ୍ଗ୍: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା ବେଳେ ଖାଦ୍ୟ ସାମଗ୍ରୀର ଦାମ୍ ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଖାଦ୍ୟ ଅଭାବ ଦେଶରେ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି ବୋଲି ମାନିଛନ୍ତି କିମ୍ ଜଙ୍ଗ-ଉନ୍।

ଏପରିକି ଗତ ବର୍ଷ ଟାଇଫୁନ୍‌ରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ କୃଷି କ୍ଷେତ୍ରରେ ଫସଲ ଉତ୍ପାଦନ ହୋଇପାରୁ ନଥିବାରୁ ଖାଦ୍ୟ ଅଭାବ ଦେଖାଦେଇଛି ବୋଲି କିମ ଜୋଙ୍ଗ-ଉନ କହିଛନ୍ତି।

ଆଉ ଏକ ରିପୋର୍ଟ ଅନୁସାରେ, ଏଥିପାଇଁ ରାଜଧାନୀ ପୋଙ୍ଗୟାଙ୍ଗ୍ ରେ ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢି ଚାଲିଛି । ଯେଉଁଥିପାଇଁ କଦଳୀ କିଲୋଗ୍ରାମ ପ୍ରତି ଦାମ୍ $୪୫ ଅର୍ଥାତ୍ ୩ ହଜାର ୩୩୫ ଟଙ୍କା ରହିଛି । ବ୍ଲାକ୍ ଟି ଦାମ୍ $୭୦ ଅର୍ଥାତ୍ ୫ ହଜାର ୧୯୦ ଏବଂ କଫି ପକେଟ୍ ଦାମ୍ $୧୦୦ ଅର୍ଥାତ୍ ୭ ହଜାର ୪୧୪ ଟଙ୍କା ରହିଛି ।

ତେବେ ଦଳୀୟ ନେତା ମାନେ ଖୁବ୍ ଶୀଘ୍ର ଖାଦ୍ୟ ସଙ୍କଟ ଦୂର କରିବେ ବୋଲି ସେଣ୍ଟ୍ରାଲ୍ କମିଟି ମିଟିଂରେ ଶାସକ କିମ ଜୋଙ୍ଗ-ଉନ କହିଛନ୍ତି ।

The post ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ: କଫି ଦାମ୍ ୭ ହଜାର ଟଙ୍କା appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp