ଇଶାନ୍ତ ଶର୍ମା କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ
ଇଂଲଣ୍ଡ: କିମ୍ୱଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଫାଷ୍ଟ ବୋଲକର ଇଶାନ୍ତ ଶର୍ମା । ଇଂଲଣ୍ଡ ମାଟିରେ ସର୍ବାଧିକ ୪୪ ଓ୍ୱିକେଟ ଅକ୍ତିଆର କରି କପିଲ ଦେବଙ୍କୁ ପଛରେ ପକାଇଦେଇଛନ୍ତି । ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ହାସଲ କରିଛନ୍ତି ଏହି ସଫଳତା ।
ପୂର୍ବରୁ କପିଲ ଦେବ ଇଂଲଣ୍ଡ ମାଟିରେ ସର୍ବାଧିକ ୪୩ଟି ଓ୍ୱିକେଟ ନେଇଥିଲେ । ଇଂଲଣ୍ଡ ମାଟିରେ ଇଶାନ୍ତ ୧୩ଟି ଟେଷ୍ଟ ଖେଳିଛନ୍ତି । ସେହିପରି ଇଂଲଣ୍ଡ ମାଟିରେ ସର୍ବାଧିକ ଟେଷ୍ଟ ଓ୍ୱିକେଟ ହାସଲ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ଅନୀଲ କୁମ୍ୱଲେ । ସେ ୧୦ଟି ଟେଷ୍ଟ ଖେଳି ୩୬ ଓ୍ୱିକେଟ ନେଇଛନ୍ତି । ବିଶନ ସିଂହ ବେଦୀ ୩୫ ଓ୍ୱିକେଟ ସହ ଚତୁର୍ଥ ଓ ଜାହିର ଖାନ ଇଂଲଣ୍ଡ ମାଟିରେ ୩୧ ଓ୍ୱିକେଟ ହାସଲ କରିଛନ୍ତି ।
Please follow and like us: