ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ୨ ରୁ ଅଧିକ ପିଲା ଥିଲେ ମିଳି ନ ପାରେ ସରକାରୀ ଯୋଜନାରୁ ଲାଭ

ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ୨ ରୁ ଅଧିକ ପିଲା ଥିଲେ ମିଳି ନ ପାରେ ସରକାରୀ ଯୋଜନାରୁ ଲାଭ

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି କି ରାଜ୍ୟରେ ୨ ରୁ ଅଧିକ ପିଲା ଥିବା ବାପା,ମାଙ୍କୁ ସରକାରୀ ଯୋଜନାର ଲାଭ ମିଳି ନପାରେ । ଏବେ ଆସାମରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ କିଛି ଯୋଜନାରେ ଲାଗୁ ହୋଇପାରିବ ନାହିଁ , କାରଣ କିଛି ଯୋଜନାର ଲାଭ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ।

ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ଏମିତି କିଛି ଯୋଜାନା ରହିଛି ଯାହା ଉପରେ ୨ ପିଲାର ନିୟମ ଲାଗୁ କରିପାରିବୁ ନାହିଁ । ଯେମିତି କି ଆବାସ ଯୋଜନା , ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବାରୁ ଏଥିରେ ରାଜ୍ୟ ସରକାରଙ୍କ ନୀତି ଲାଗୁ କରାଯାଇ ପାରିବ ନାହିଁ । କିନ୍ତୁ ଯଦି ରାଜ୍ୟ ସରକାର ଆବାସ ଯୋଜନା ଘୋଷଣା କରନ୍ତି ତେବେ ସେଥିରେ ୨ ଟି ପିଲା ନେଇ ଥିବା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ ହୋଇ ପାରିବ ।

We will gradually incorporate a two-child policy for availing govt benefits. You can consider this an announcement: Assam CM Himanta Biswa Sarma (18.06.2021)

— ANI (@ANI) June 20, 2021

ଜୁନ ୧୦ ତାରିଖରେ ଶର୍ମା ୩ ଟି ଜିଲ୍ଲାର ସ୍ଥିତି ବାବଦରେ ଆଲୋଚନା କରି କହିଥିଲେ କି ଅଳ୍ପ ସଂଖ୍ୟକ ସମୁଦାୟକୁ ଗରିବରୁ ମୁକ୍ତି ଦେବାକୁ ହେଲେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଛୋଟ ପରିବାର ନୀତିକୁ ଅପାଣାଇବାକୁ ପଡିବ । ଏହାସହ ପ୍ରବାସୀ ମୁସଲମାନ ମାନେ ବଡ ପରିବାର କରୁଥିବା ନେଇ ଶ୍ରୀ ଶର୍ମା ଅଭିଯୋଗ ଆଣିଥିଲେ ।

କହିରଖୁ କି ଆସାମରେ ବର୍ତମାନ ପଞ୍ଚାୟତ ଅଧିନିୟମ ୧୯୯୪ ରୁ ୨୦୧୮ ପର୍ଯ୍ୟନ୍ତ ଏକ ସଂଶୋଧନ ମୁତାବକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା, ସ୍ୱଚ୍ଛ ଶୌଚାଳ ସହିତ ପ୍ରାର୍ଥୀ ସର୍ବାଧିକ ୨ ଟି ପିଲାର ପିତା କିମ୍ବା ମାତା ହୋଇଥିବା ଆବଶ୍ୟକ ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp