ଆସନ୍ତାକାଲି ଶରଦ ପାୱାରଙ୍କ ଘରେ ବିରୋଧୀ ଦଳର ବୈଠକ

ଆସନ୍ତାକାଲି ଶରଦ ପାୱାରଙ୍କ ଘରେ ବିରୋଧୀ ଦଳର ବୈଠକ

ନୂଆଦିଲ୍ଲୀ:  ଆସନ୍ତାକାଲି ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ସଭାପତି ଶରଦ ପାୱାରଙ୍କ ଘରେ ବିରୋଧୀ ଦଳର ନେତାଙ୍କ ବୈଠକ ହେବ । ଏନସିପିର ମୁଖ୍ୟ ଶରଦ ପାୱାର ଏହି ବୈଠକର ନେତୃତ୍ୱ ନେବେ। ଏଥିରେ ୧୫-୨୦ ବଡ ବିରୋଧୀ ଦଳର ନେତା ଅନ୍ତର୍ଭୁକ୍ତ ହୋଇପାରନ୍ତି। ହେଲେ ଏହି ବୈଠକକୁ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ। ଏହି ଅଣ କଂଗ୍ରେସ ବିରୋଧୀ ଦଳ ବୈଠକ ୨୦୨୪ ସାଧାରଣ ନିର୍ବାଚନ ପାଇଁ  ହେଉଥିବା ଚର୍ଚ୍ଚା ହେଉଛି ।

ଏହାପୂର୍ବରୁ ରବିବାର ଦିନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶରଦ ପାୱାରଙ୍କୁ ଭେଟିଥିଲେ । ଶରଦ ପାୱାର ଅତୀତରେ ମଧ୍ୟ ଦୁଇଥର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି। ଉଭୟଙ୍କ ସାକ୍ଷାତକାର ପରେ ଏହି ବୈଠକର ବିବରଣୀ ଆସିଛି।

ବେଙ୍ଗଲ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିବା ବିଜେପିର ପୂର୍ବତନ ନେତା ଯଶୱନ୍ତ ସିହ୍ନା ଓ ପାୱାରଙ୍କ ଉପସ୍ଥିତିରେ ଏହି ବୈଠକ ପାଇଁ ବିଭିନ୍ନ ପାର୍ଟିକୁ ନିମନ୍ତ୍ରଣ ପଠା ଯାଇଛି। ଯଶବନ୍ତ ସିହ୍ନାଙ୍କର ‘ରାଷ୍ଟ୍ରା ମଞ୍ଚ’ ନାମକ ଏକ ଫର୍ମ ରହିଛି। ଆସନ୍ତାକାଲି ସନ୍ଧ୍ୟା ୪ ଟାରେ  ଶରଦ ପାୱାରଙ୍କ ଘରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିରୋଧୀ ଦଳର ବିଭିନ୍ନ ଚେହେରା ଜଡିତ ହେବେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଏହାପୂର୍ବରୁ ଜୁନ୍ ୧୨ ରେ, ପ୍ରଶାନ୍ତ କିଶୋର ଏବଂ ଶରଦ ପାୱାରଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଏକ ବୈଠକ ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ବିଜେପି ବିନା ତୃତୀୟ ସାମ୍ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳର ମିଳିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏହି ବୈଠକରେ ଆଲୋଚନା କରାଯାଇ ପାରେ। କିଛି ପାର୍ଟି ମଧ୍ୟ ଏହି ଦଳରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

 

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp