ଆପଣଙ୍କୁ ଟିକେଟ ନିଶ୍ଚିତ ମିଳିବ, ନିର୍ବାଚନ ପାଇଁ ପ୍ରସ୍ତୁତି କରନ୍ତୁ । ଉତ୍ତରପ୍ରଦେଶର ୫୦ ନେତାଙ୍କ ପାଖକୁ ଆସିଲା ପ୍ରିୟଙ୍କାଙ୍କ ଫୋନ୍ ।

ଆପଣଙ୍କୁ ଟିକେଟ ନିଶ୍ଚିତ ମିଳିବ, ନିର୍ବାଚନ ପାଇଁ ପ୍ରସ୍ତୁତି କରନ୍ତୁ । ଉତ୍ତରପ୍ରଦେଶର ୫୦ ନେତାଙ୍କ ପାଖକୁ ଆସିଲା ପ୍ରିୟଙ୍କାଙ୍କ ଫୋନ୍ ।

କନକ ବ୍ୟୁରୋ :  ଆପଣଙ୍କ ଟିକେଟ କନର୍ଫମ, ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କର । ପ୍ରାୟ ୫୦ ଜଣ ନେତାଙ୍କୁ ଏଭଳି ଫୋନ୍ କଲ ଆସିବା ପରେ ଚଳଚଞ୍ଚଳ ହୋଇ ଉଠିଛି ଉତ୍ତରପ୍ରଦେଶ ନିର୍ବାଚନ । ମିଳିଥିବା ସୂଚନା ମୁତାବକ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି କଂଗ୍ରେସ । ପ୍ରାୟ ୩ ଦଶନ୍ଧି ହେବ ଉତ୍ତରପ୍ରଦେଶ ଶାସନ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ଫୋକସରେ ରହିଛି ୨୦୨୨ ନିର୍ବାଚନ । ଆଉ ଏଥିପାଇଁ ଦଳର ମହାସଚିବ ତଥା ରାଜ୍ୟ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଏବେଠୁ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେଣି । ନିର୍ବାଚନକୁ ଆହୁରି ୭ରୁ ୮ ମାସ ବାକି ଥିବା ବେଳେ ପ୍ରିୟଙ୍କା ଦଳୀୟ ନେତାଙ୍କୁ ବ୍ୟକ୍ତିଗତ ଭାବେ କରିଛନ୍ତି ଫୋନ୍ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରାୟ ୫୦ ଜଣ ନେତାଙ୍କୁ ପ୍ରିୟଙ୍କା ଫୋନ୍ କରିବା ସହ ଟିକେଟ ନିଶ୍ଚିତ ବୋଲି ଅଭୟବାଣୀ ଦେଇଛନ୍ତି । କିନ୍ତୁ ସେମାନଙ୍କୁ ଏଥିପାଇଁ ଏବେଠୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କାଙ୍କ ଏଭଳି ପଲିଟିକ୍ସ ଏବେ ଅନ୍ୟ ଦଳ ପାଇଁ ଚିନ୍ତା ବଢାଇ ଦେଇଛି । କାରଣ ଯେଉଁଠୁ ନାମାଙ୍କନଦାଖଲ ଶେଷ ଦିନ ପର୍ଯ୍ୟନ୍ତ ଅନେକ ଦଳ କାହାକୁ ପ୍ରାର୍ଥୀ କରିବେ ତାହା ସ୍ଥିର କରିପାରନ୍ତି ନାହିଁ ସେଠାରେ ପ୍ରିୟଙ୍କା ଆଗୁଆ ୫୦ ଜଣ ନେତାଙ୍କୁ ଅଭୟବାଣୀ ଦେଇ ଆକ୍ରମଣାତ୍ମକ ଶୈଳୀରେ କଂଗ୍ରେସ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିବା ସଂକେତ ଦେଇଛନ୍ତି । ଯେଉଁଠି ଦଳର ସଙ୍ଗଠନ ସୁଦୃଢ ରହିଛି ଏବଂ ପୂର୍ବ ନିର୍ବାଚନରେ ଦଳ ଯେଉଁଠି ୫୦ ହଜାରରୁ ଅଧିକ ଭୋଟ ପାଇଥିଲା ସେହି ଆସନ ଗୁଡିକ ଉପରେ ପ୍ରାଥମିକସ୍ତରରେ ଫୋକସ କରାଯାଇଛି । ଏପରିକି ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ପ୍ରାୟ ୨୦୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ତାଲିକା ଫାଇନାଲ କରିବାକୁ ଟାର୍ଗେଟ ରଖାଯାଇଥିବା ସୂଚନା ମିଳିଛି । ଆଉ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ମଧ୍ୟ ଚାଲିଛି ।

ପ୍ରିୟଙ୍କା ଯେଉଁ ୫୦ ଜଣ ନେତାଙ୍କୁ ଫୋନ୍ କରିଛନ୍ତି. ସେଥିମଧ୍ୟରେ ୨୦୧୭ରେ ବିଜୟୀ ହୋଇଥିବା ୫ ବିଧାୟକ ମଧ୍ୟ ରହିଛନ୍ତି । ଫୋନ୍ କରି କେବଳ ନେତାଙ୍କୁ ଅଭୟବାଣୀ ଦେଇନାହାନ୍ତି ବରଂ ଏବେଠୁ ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି । ଆଉ ଏହା ସ୍ପଷ୍ଟ କରୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଉଭୟ ପ୍ରିୟଙ୍କା ଓ କଂଗ୍ରେସ କେତେ ଗୁରୁତ୍ୱ ଦେଉଛନ୍ତି । କାରଣ ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିରେ ବଡ ପ୍ରଭାବ ପକାଇଥାଏ । ତେଣୁ ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରି ୨୦୨୪ରେ ପୁଣିଥରେ କେନ୍ଦ୍ର ଶାସନ କ୍ଷମତାକୁ ଫେରିବାକୁ ଉଦ୍ୟମ କରିବ କଂଗ୍ରେସ ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp