ଆନ୍ତଃ ଜିଲ୍ଲା ସାଇବର ଠକେଇର ପର୍ଦ୍ଦାଫାସ ,ଜଣେ ଗିରଫ

ଆନ୍ତଃ ଜିଲ୍ଲା ସାଇବର ଠକେଇର ପର୍ଦ୍ଦାଫାସ ,ଜଣେ ଗିରଫ

ଝାରସୁଗୁଡା: ସାଇବର ଠକେଇ କରି ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲା ସୋରଡା ନୂଆଗାଁ ଅଞ୍ଚଳର ସୁନିଲ ରାଉତରାୟ ଓରଫ କାର୍ତିକ ବୋଲି ଜଣାପଡିଛି ।

ପୋଲିସ ତାକୁ ଗିରଫ କରିବା ସହ ତାଠାରୁ ୨୮ଟି ସିମ କାର୍ଡ, ୧୧ଟି ମୋବାଇଲ ଫୋନ, ୧୪ଟି ଏଟିଏମ କାର୍ଡ, ୧୫ ଟି ବିଭିନ୍ନ ବ୍ୟାଙ୍କର ଚେକ ବୁକ ଓ ବିଭିନ୍ନ ବ୍ୟାଙ୍କ ର ତିନୋଟି ପାସବୁକ ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଏସପି ଏହି ସୂଚନା ଦେଇ କହିଛନ୍ତି ଯେ, ଗିରଫ ସୁନିଲ ରାଜ୍ୟର ବିଭିନ୍ନ ସ୍ଥାନରେ ନିରୀହ ଲୋକଙ୍କ ଠାରୁ ଏଭଳି ଠକେଇ କରୁଥିଲା । ତେବେ ସେ ଗତ ମଇ ମାସରେ ଝାରସୁଗୁଡା ସହରର ଜଣେ ହୋମିଓପେଥୀ ଡାକ୍ତର ଦେଶଲୋକ ଶର୍ମାଙ୍କଠାରୁ ୧୦ ହଜାର ଟଙ୍କା ଠକେଇ କରିଥିଲା । ଏନେଇ ଶର୍ମା ଝାରସୁଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଝାରସୁଗୁଡା ଥାନା କେଶ ନମ୍ବର ୨୬୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ କରି ସୁନିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ  ସୁନିଲ କୁ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସୁନିଲ ବିରୋଧରେ ଝାରସୁଗୁଡା ଜିଲ୍ଲା ସହ ଅନ୍ୟ ଜିଲ୍ଲାର ୧୧ଟି ଥାନା ରେ ଠକେଇର ମାମଲା ରହିଥିବା ପୋଲିସ ପ୍ରକାଶ କରିଛି । ଅନ୍ୟପଟେ ଲକଡାଉନ ଯୋଗୁଁ କାମ ଧନ୍ଦା ନ ପାଇ ସାଇବର ଠକେଇର ପନ୍ଥା ଆପଣେଇ ଥିବା ଅଭିଯୁକ୍ତ ସୁନିଲ ପ୍ରକାଶ କରିଛି । ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପରେ ତା ସହିତ କେଉଁ ମାନେ ସାମିଲ ଅଛନ୍ତି ତାହା ଜଣାପଡିବ ବୋଲି କୁହାଯାଇଛି । ଝାରସୁଗୁଡା ଏସଡ଼ିପିଓଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଥାନା ଅଧିକାରିଣୀ ସାବିତ୍ରୀ ବଳ ଓ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି।

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp