ଆଜି ସେବାୟତଙ୍କର ହେବ RT-PCR ଟେଷ୍ଟ
ମହାମାରୀ କରୋନା ରାଜ୍ୟରେ ତାଣ୍ଡବ ରଚେଇଥିବା ଥିବା ବେଳେ ସମସ୍ତ ପର୍ବ ପର୍ବାଣୀ ରେ ବ୍ୟାଘାତ ସୃଷ୍ଟି କରିଛି | ତେବେ ଆଗକୁ ଆସୁଛି ରଥଯାତ୍ରା | ଏନେଇ ଚାଲିଛି ପ୍ରସ୍ତୁତି | ଆସନ୍ତା ୨୪ ତାରିଖରେ ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ମଧ୍ୟ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଘୋଷଯାତ୍ରା ।ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । କେବଳ ସୀମିତ ସେବାୟତ, ପୋଲିସ ଓ ମନ୍ଦିର ପ୍ରଶାସନ କର୍ମକର୍ତ୍ତା ସାମିଲ ହେବେ । ସ୍ନାନଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜି କୋଭିଡ୍ ଟେଷ୍ଟ କରାଯିବ । ଦେବସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେର ୧୫ ଦିନ ପରେ ସମସ୍ତଙ୍କର RT-PCR ଟେଷ୍ଟ ପାଇଁ ନିଷ୍ପତ୍ତି ଦୋଇଛି । ପୁରୀର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ସୂଚନାଯୋଗ୍ୟ ଯେ ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟ, ପୋଲିସ ଓ ମନ୍ଦିର ପ୍ରଶାସନ କର୍ମଚାରୀଙ୍କର ୪ଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।
The post ଆଜି ସେବାୟତଙ୍କର ହେବ RT-PCR ଟେଷ୍ଟ appeared first on .