ଆଜି ଯୋଗ ଦିବସ: ଯାଜପୁର ଜିଲ୍ଲାର ୪୦ଟି କେନ୍ଦ୍ରରେ ୬୦ ଶିକ୍ଷକଙ୍କ ଦ୍ବାରା ଚାଲିଛି ‌ଯୋଗ ଶିକ୍ଷା

ଆଜି ଯୋଗ ଦିବସ: ଯାଜପୁର ଜିଲ୍ଲାର ୪୦ଟି କେନ୍ଦ୍ରରେ ୬୦ ଶିକ୍ଷକଙ୍କ ଦ୍ବାରା ଚାଲିଛି ‌ଯୋଗ ଶିକ୍ଷା

ଯାଜପୁର: କରୋନା ପାଇଁ ପ୍ରଭାବିତ ଯୋଗ ଶିକ୍ଷାଦାନ। ଏକ୍ରତିତ ହେବା ଉପରେ କଟକଣା ହିଁ ଯୋଗ ଶିକ୍ଷାକୁ ପ୍ରଭାବିତ କରିଛି। ତେଣୁ ବର୍ତମାନ ଅନଲାଇନ ଶିକ୍ଷା ହିଁ ସୁସ୍ଥତାର ମାଧ୍ୟମ ସାଜିଛି।

ଯୋଗ କରି ସୁସ୍ଥ ରହିବା ଲୋକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଯୋଗ ଲୋକମାନଙ୍କର ଜୀବନ ଶୈଳୀର ଏକ ଅଙ୍ଗ ହେବାକୁ ବସିଥିବା ବେଳେ ଯୋଗ ଯୋଗୁଁ ହିଁ ମନୁଷ୍ୟ ନିଜକୁ ସୁସ୍ଥ ଓ ଉତ୍ତମ ମନେ କରିପାରୁଛି ଯାହାକୁ ଲୋକେ ଅନୁଭବ କଲେଣି। ୨୦୧୫ ମସିହା ଠାରୁ ଭାରତର ନିର୍ଦ୍ଦେଶ କ୍ରମେ ସାରା ବିଶ୍ବର ୧୭୭ଟି ଦେଶ ଏହି ଦିବସ ପାଳନ କରି ଆସୁଛନ୍ତି। ଫଳ‌ରେ ଏହାର ପ୍ରଚାର ପ୍ରସାର ବୃଦ୍ଧି ହୋଇଥିବା ବେଳେ ଦିନକୁ ଦିନ ଯୋଗ ପ୍ରତି ଲୋକଙ୍କର ଆକର୍ଷଣ ବଢ଼ିବାରେ ଲାଗିଲାଣି।

ଯାଜପୁର ଜିଲ୍ଲାରେ ମୁଖ୍ୟତଃ ପତଞ୍ଜଳି ଯୋଗ ସମିତି ଜରିଆରେ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ୪୦ଟି ସ୍ଥାନରେ ମାଗଣାରେ ୬୦ରୁ ଉର୍ଦ୍ଧ ପ୍ରଶିକ୍ଷକଙ୍କ ସହଯୋଗରେ ପ୍ରତ୍ୟେକ ହାରାହାରି ୨୦ରୁ ଉର୍ଦ୍ଧ ସଦସ୍ୟମାନଙ୍କୁ ନେଇ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଆସୁଥିବା ବେଳେ କରୋନା ପାଇଁ ଶିକ୍ଷା ପ୍ରଭାବିତ ହୋଇଛି। ଯାଜପୁର ସହରସ୍ଥ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ନିୟମିତ ସକାଳେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ପତଞ୍ଜଳି ‌ଯୋଗ ସମିତି ଅଧିନରେ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ ଯୋଗ ଶିକ୍ଷକ ପଂଜୀକୃତ ହୋଇଥିବା ବେଳେ ସେଥିରୁ ୫୦/୬୦ ଜଣ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି। ଜିଲ୍ଲାରେ ପତଞ୍ଜଳି ଯୋଗ ସମିତିର ଉଦ୍ୟମକୁ ଅନେକ ଅନୁଷ୍ଠାନ ଯେପରି ଆରଏସଏସ, ଗାୟତ୍ରୀ,ଏମସିସି, ଇନଟାର୍କ,ସ୍ବର୍ଣ୍ଣ ଉତ୍କଳ ଭାରତୀ ସେବା ଫାଉଣ୍ଡେସନ୍, ରୋଟାରୀ କ୍ଲବଙ୍କ ସମେତ ଅନେକ ଛୋଟବଡ ଅନୁଷ୍ଠାନ ସହଯୋଗ କରୁଛନ୍ତି। ଏଥି ସହିତ ପ୍ରଜାପ୍ରତି ବ୍ରହ୍ମକୁମାରୀ ପକ୍ଷରୁ ମଧ୍ୟ ଯୋଗ ଶିକ୍ଷା କରାଯଉଛି। ଅନ୍ୟ ପଟେ ଜିଲ୍ଲାରେ ମଧ୍ୟମ ବୟସର ବ୍ୟକ୍ତି ଯୋଗ ପ୍ରତି ଆକୃଷ୍ଟ ହେଉଥିବା ବେଳେ ବର୍ତମାନର ଯୁବପିଢ଼ ମଧ୍ୟ ‌ଯୋଗ କରି ସୁସ୍ଥ ରହିବା ଉପାୟ ଅବଲମ୍ବନ କରିବାକୁ ମନ ବଳାଇଲେଣି। ଜିଲ୍ଲାରେ ଦୈନିକ ପ୍ରଶିକ୍ଷଣ ନେଉଥିବା ୨ହଜାରରୁ ଉର୍ଦ୍ଧ ସଦସ୍ୟଙ୍କ ମଧ୍ୟରେ ୩୦ ପ୍ରତିଶତ ଯୁବକ ଯୁବତୀ ଯୋଡି ହେଉଛନ୍ତି। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଯୋଗ ଶିକ୍ଷା ପ୍ରଭାବିତ ହୋଇଛି। ଗୋଟିଏ ସ୍ଥାନରେ ଏକତ୍ରିତ ହେବାକୁ ବାରଣ ଥିବାରୁ ଅନଲାଇନ ଜରିଆରେ ଯୋଗ ଶିକ୍ଷା କରାଯାଉଛି।

ଅନ୍ୟ ଏକ କାରଣ ମଧ୍ୟ ଯୁବକଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିଛି। କେନ୍ଦ୍ର ସରକାରଙ୍କ କୌଶଳ ବିକାଶ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ପାଇଁ ଯୁବକଯୁବତୀମାନେ ମଧ୍ୟ ଯୋଗ ସଂପର୍କରେ ଅନଲାଇନ ଯୋଗେ ପରୀକ୍ଷା ଦେଇ କୌଶଳ ବିକାଶର ପ୍ରମାଣ ପତ୍ର ଆବଶ୍ୟକ କରୁଛନ୍ତି। ଯାହାକି ବିଭିନ୍ନ ସରକାରୀ ପ୍ରତିଯୋଗିତା ମୂଳକ ପରୀକ୍ଷା ଏବଂ ନିଯୁକ୍ତିରେ ଆବଶ୍ୟକ ହେଲାଣି। ତେବେ ଗତବର୍ଷ ଠାରୁ ଆରମ୍ଭ ଏହି ଯୋଜନାରେ ଜିଲ୍ଳାରୁ ଶତାଧିକ ଜଣ ଯୁବକଯୁବତୀ ଅନଲାଇନ ପରୀକ୍ଷା ଦେଇଥିବା ବେଳେ ସେଥିରୁ ଜିଲ୍ଲାରେ ଭାରତ ସରକାରଙ୍କ ଆୟୁସ ମନ୍ତ୍ରାଳୟ ଅଧିନରେ ୮/୯ ଜଣ ନିଯୁକ୍ତି ପାଇଥିବା ଜଣାଯାଇଛି। ଯାହା ଫଳରେ ସେମାନଙ୍କ ପାଇଁ ଯୋଗ ଶିକ୍ଷ‌ା ଆବଶ୍ୟକ ହୋଇ ପଡିଛି। ତେଣୁ ଯୁବପିଢ଼ୀ ଏବେ ଯୋଗ ମୁହାଁ ହେବା ଦେଖିବାକୁ ମିଳୁଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ‌‌ଯୋଗକୁ ଗୁରୁତ୍ବ ଦେଉଥିବା ବେଳେ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସବୁ ଅନୁଷ୍ଠାନକୁ ଗୋଟିଏ ଛାତ ତଳେ ବାନ୍ଧି ଯୋଗର ପ୍ରଚାର ପ୍ରସାର ପାଇଁ ୨୦୧୯ ମସିହାରୁ ‘ଯୋଗ ପ୍ରଚାର ସମିତି’ ଗଠନ କରାଯାଇଛି। ତେବେ ଏନେଇ ଜିଲ୍ଲା ପତଞ୍ଜଳି ଯୋଗ ସମିତିର ସଭାପତି ମନ୍ମଥ ସାମଲ କହନ୍ତି ଶରୀରରେ ସନ୍ତୁଳନ ରକ୍ଷା ପାଇଁ ଯୋଗ ଜରୁରୀ। ବର୍ତମାନର କରୋନା ସମୟରେ ଯୋଗ ହିଁ ଜୀବନରକ୍ଷକ ହୋଇପାରିବ। ତେବେ ସମିତି ସଂଯୋଜକ ବିବେକାନନ୍ଦ ଜେନା ଏବଂ ଯୁବ ପ୍ରଭାରୀ ଉମାକାନ୍ତ ବିଶ୍ବାଳ କହିଛନ୍ତି ଯୋଗ କରି ନିରୋଗ ରହିବାର ମନ୍ତ୍ର ସବୁ ଲୋକଙ୍କ ପାଖରେ ପହଞ୍ଚିଲେ ଯୋଗ ଦିବସର ଉଦେଶ୍ୟ ସାର୍ଥକ ହୋଇପାରିବ। ଆଜିର ଦିନରେ ଯୁବକ ଯୁପତୀଙ୍କ ପ‌ାଇଁ ଯୋଗ ଣିକ୍ଷା ଅନିବାର୍ଯ୍ୟ ହୋଇପଡିଛି। ଅନ୍ୟ ପଟେ ଏହି ଯୋଗ ସମିତି ମହିଳା ସଂଗଠନ ଦାୟିତ୍ବରେ ବ୍ୟାସନଗରର ଶିକ୍ଷୟତ୍ରୀ ସଂଯୁକ୍ତା ମହାପାତ୍ର ସଂକ୍ରୀୟ ଭାବେ କାର୍ଯ୍ୟ କରି ଆସୁଛନ୍ତି।

The post ଆଜି ଯୋଗ ଦିବସ: ଯାଜପୁର ଜିଲ୍ଲାର ୪୦ଟି କେନ୍ଦ୍ରରେ ୬୦ ଶିକ୍ଷକଙ୍କ ଦ୍ବାରା ଚାଲିଛି ‌ଯୋଗ ଶିକ୍ଷା first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp