ଆଜି ବିଶ୍ଵ ପିତୃ ଦିବସ: ପିତାଙ୍କ ପାଇଁ ଦିନଟିଏ

ଆଜି ବିଶ୍ଵ ପିତୃ ଦିବସ: ପିତାଙ୍କ ପାଇଁ ଦିନଟିଏ

ଆମ ଜୀବନରେ ପିତାମାତାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।  ମା ସର୍ବଦା ନିଜ ପ୍ରେମ ଦେଖାଏ, କିନ୍ତୁ ପିତା ବହୁତ କମ୍ ସମୟରେ ନିଜ ପ୍ରେମ ଦେଖାନ୍ତି । ହେଲେ ତାଙ୍କ କଠୋରତାରେ ବି ପ୍ରେମ ଲୁଚି ରହିଥାଏ । ବାପା ଆମ ସମସ୍ତଙ୍କ ପାଇଁ ଏକ ନଡ଼ିଆ ସଦୃଶ, ଯାହା ବାହ୍ୟରେ କଠିନ ଏବଂ ଭିତରର ଅତି ନରମ ।  ଆମର ଭବିଷ୍ୟତକୁ ଉନ୍ନତ କରିବା ପାଇଁ ପିତାମାନେ ସେମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ମଧ୍ୟ ଭୁଲିଯାଆନ୍ତି । ପିତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ବିଶ୍ୱରେ ପ୍ରତିବର୍ଷ ପିତୃ ଦିବସ  ବା ‘ଫାଦ୍ରର୍ସ ଡ଼େ’  ପାଳନ କରାଯାଏ । ପିତୃ ଦିବସ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ ପାଳନ କରାଯାଏ।

ସର୍ବପ୍ରଥମେ ‘ଫାଦର୍ସ ଡ଼େ’ଜୁନ ୧୯,୧୯୧୦ରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ୧୯୭୨ରେ ଘୋଷଣା କରାଯାଇଥିଲା। ଯାଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହି ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା।

ଜୀବନର ପ୍ରତିଟି ମୁହୂର୍ତ ଓ ପ୍ରତ୍ୟେକ ଦିନ ପିତାମାତା ନିଜ ସନ୍ତାନଙ୍କୁ ଖୁସି ଦେବା ପାଇଁ ପ୍ରୟାସ କରିଥାଆନ୍ତି। ସେଭଳି ପିତାମାତାଙ୍କ ଭଲପାଇବାକୁ ସମ୍ମାନ ଜଣାଇ ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେ ପକାଇ ତାଙ୍କ ପାଇଁ ଦିନଟିଏ ପାଳନ କରାଯାଏ, ଯାହାକୁ ପିତୃଦିବସ (ଫାଦର୍ସ ଡେ) ଓ ମାତୃ ଦିବସ (ମଦର୍ସ ଡ଼େ) ବୋଲି କୁହାଯାଏ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp