ଆଜି ବିରୋଧୀଙ୍କ ସହ ଶରଦଙ୍କ ବୈଠକ : କଂଗ୍ରେସକୁ ମିଳିଲାନି ନିମନ୍ତ୍ରଣ; ବଡ ପ୍ରଶ୍ନ, ଗଠନ ହେବ କି ନୂଆ ମେଂଟ

ଆଜି ବିରୋଧୀଙ୍କ ସହ ଶରଦଙ୍କ ବୈଠକ : କଂଗ୍ରେସକୁ ମିଳିଲାନି ନିମନ୍ତ୍ରଣ; ବଡ ପ୍ରଶ୍ନ, ଗଠନ ହେବ କି ନୂଆ ମେଂଟ

କନକ ବ୍ୟୁରୋ : ପୁଣିଥରେ ଏନସିପି ପ୍ରମୁଖ ଶରଦ ପାୱରଙ୍କୁ ସାକ୍ଷାତ କରିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଶରଦ ପାୱରଙ୍କୁ ଭେଟିଛନ୍ତି ପ୍ରଶାନ୍ତ । ଏହାପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳ ଗୁଡିକ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଜୋର ଧରିଛି । ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ୍ ପରେ ଶରଦ ପାୱର ଆଜି ବିଭିନ୍ନ ଦଳର ବୈଠକ ଡାକିଛନ୍ତି । ଏଥିରେ ୧୫ଟି ଦଳର ନେତା ସାମିଲ ହେବେ । ତେବେ ଏହି ବୈଠକରେ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ ।

୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବାପାଇଁ ଜଣେ ମିଳିତ ପ୍ରାର୍ଥୀଙ୍କୁ ବାଛିବା ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇପାରେ। ୟୁପିରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ବିକଳ୍ପ ସୃଷ୍ଟି ପାଇଁ କସରତ ହୋଇପାରେ। ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାୱାରଙ୍କୁ ଆଜି ଭେଟିବା ପରେ ବିରୋଧୀଙ୍କ ବୈଠକ ଖବର ପଦାକୁ ଆସିଛି । ତେବେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ ନିଷ୍ଫଳ ଉଦ୍ୟମ ବୋଲି ସେ କହିଛନ୍ତି । ପାୱାରଙ୍କ ନେତୃତ୍ବରେ ହେଉଥିବା ବୈଠକରେ ସେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସେପଟେ, ଆସନ୍ତା ୨୪ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ବୈଠକ ଡାକିଛନ୍ତି ‌ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଏଥିରେ ସାଧାରଣ ସମ୍ପାଦକ ଏବଂ ପିସିସି ମୁଖ୍ୟମାନଙ୍କୁ ଯୋଗଦେବା ପାଇଁ କୁହାଯାଇଛି। କରୋନା ପରିପ୍ରେକ୍ଷୀରେ ଏହି ବୈଠକ ଭର୍ଚୁଆଲ ମୋଡ୍‌ରେ ହେବ। ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଦର ଠାରୁ ଆରମ୍ଭ କରି ଜୁଲାଇରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ଦଳର ରଣନୀତି ସଂପର୍କରେ ମାନସମନ୍ଥନ ହୋଇପାରେ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp