ଆଜିଠୁ ସମସ୍ତଙ୍କୁ ମାଗଣା କରୋନା ଟିକା
ନୂଆଦିଲ୍ଲୀ: ଆଜିଠୁ ଦେଶରେ ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଭାରତରେ ଟିକାକରଣ ଅଭିଯାନକୁ ଆହୁରି ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ଆରମ୍ଭ କରିଛନ୍ତି। ଏହି ନୀତି ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁନ୍ ୭ ତାରିଖରେ ରାଜ୍ୟ ଗୁଡ଼ିକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଠାରୁ ଟିକା ନକିଣିବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାର ୭୫ ପ୍ରତିଶତ ଟିକାର କିଣିବେ ଏବଂ ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାଗଣାରେ ବିତରଣ କରିବେ ବୋଲି କହିଥିଲେ।
ଭାରତରେ ଟିକାକରଣର ପ୍ରଥମ ଅଭିଯାନ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହାରି ଭିତରେ କେନ୍ଦ୍ର ସରକାର ଟିକା ନିର୍ମାତାଙ୍କ ଠାରୁ ୧୦୦% ଟିକା କିଣିଥିଲେ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଇଥିଲା।