ଆଜିଠାରୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ : ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ; ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା

ଆଜିଠାରୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ : ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ; ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା

କନକ ବ୍ୟୁରୋ : ରାଜ୍ୟରେ ଆଜିଠାରୁ ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ ପଂଜିକରଣ କରିନଥିବେ, ତା’ହେଲେ ବି ଚଳିବ । ଆପଣ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଇ ପାରିବେ । ବଡକଥା ହେଲା, ଆଜିଠାରୁ ଦିନକୁ ୩ ଲକ୍ଷ ଟିକା ଦେବା ପାଇଁ ଟାର୍ଗେଟ ରଖାଯାଇଛି । ତେଣୁ ଟିକା ନେଇନଥିବା ଲୋକ ଏହି ଅଭିଯାନରୁ ସୁଫଳ ପାଇବେ ବୋଲି ଆଶା ରଖାଯାଇଛି ।

ଟିକାକରଣ ଅଭିଯାନ
୨୦୦୦ କେନ୍ଦ୍ରରେ ଦିଆଯିବ ଟିକା
ଏଥର ଗ୍ରାମାଂଚଳ ଉପରେ ରହିବ ଅଧିକ ଫୋକସ
ପଂଚାୟତ ଓ ବ୍ଲକ ସ୍ତରରେ ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ଲାନ୍
ପ୍ରତି ବ୍ଳକରେ ୫ କେନ୍ଦ୍ର, ଏନଏସିରେ ୫ କେନ୍ଦ୍ର
ପୌର ପରିଷଦରେ ୧୦, ମହାନଗର ନିଗମରେ ୨୦ କେନ୍ଦ୍ରରେ ଟିକାଦାନ
ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା

 

ଓଡ଼ିଶାରେ ଅକ୍ଟୋବର ମାସ ଆଡକୁ ତୃତୀୟ ଲହର ଆସିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ । ଏପଟେ ଡେଲ୍ଟା-ପ୍ଲସ ଭାଇରସ୍ କିମ୍ବା ଅନ୍ୟ ନୂଆ ମ୍ୟୁଟାଂଟ କେତେ ସଂକ୍ରମକ ହେବ, ତାହା ଉପରେ ନିର୍ଭର କରୁଛି ତୃତୀୟ ଲହର ପ୍ରଭାବ । ତେବେ ଅଧିକ ଟିକାକରଣ ଓ କରୋନା ନିୟମ କଡ଼ାକଡ଼ା ପାଳନ କଲେ ଏହା ଅଧିକ ପ୍ରଭାବଶାଳୀ ହୋଇନପାରେ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର ।

ବର୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୭ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ୨୨ ପ୍ରତିଶତ ଲୋକ ଟିକା ନେଇଥିବା ବେଳେ ରାଜ୍ୟରେ ଏବେ ୧୦ ଲକ୍ଷ କୋଭିସିଲ୍ଡ ଟିକା, ୪ ଲକ୍ଷ କୋଭାକ୍ସିନ୍ ଟିକା ମହଜୁଦ ଅଛି । ସେପଟେ ଟିକାକରଣକୁ ଭୟ କରୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଯୋଜନା କରିଛନ୍ତି ସରକାର ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp