ଅଲିମ୍ପିକ୍ସରେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରାଙ୍କୁ ହକି ଟିମର ଉପ ଅଧିନାୟକ ଦାୟିତ୍ୱ

ଅଲିମ୍ପିକ୍ସରେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରାଙ୍କୁ ହକି ଟିମର ଉପ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରାଙ୍କୁ ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ଦାୟିତ୍ୱ । ଲାକ୍ରା ଓ ହରମନପ୍ରୀତି ସିଂହ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Manpreet Singh to lead the Indian Men’s Hockey Team’s #Tokyo2020 campaign, alongside Birendra Lakra and Harmanpreet Singh who will shoulder Vice-Captain duties.

Read 👉 https://t.co/bloAKjJ2wX#IndiaKaGame #HaiTayyar #StrongerTogether #HockeyInvites #WeAreTeamIndia #Hockey

— Hockey India (@TheHockeyIndia) June 22, 2021

ମନପ୍ରୀତ ସିଂହ ପୂର୍ବଭଳି ପୁରୁଷ ଦଳର ଅଧିନାୟକ ପଦ ଦାୟିତ୍ୱରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ପୁରୁଷ ହକି ଟିମ୍‌ରେ ଲାକ୍ରାଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ରହିଛନ୍ତି। ସେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି।

ସେହିପରି ଲାକ୍ରାଙ୍କ ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ। ୨୦୧୬ରେ ସେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ପାରି ନଥିଲେ। କିନ୍ତୁ ୨୦୧୨ରେ ଭାରତକୁ ବିଶ୍ୱ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ଭାରତୀୟ ମହିଳା ହକି ଟିମ୍‌ର ଉପ ଅଧିନାୟକ ଭାବେ ଓଡ଼ିଆ ଝିଅ ଦୀପଗ୍ରେସ ଏକାଙ୍କୁ ନିଯୁକ୍ତି ମିଳିଥିଲା। ରାଣୀ ରାମପଲ ପୂର୍ବଭଳି ମହିଳା ଦଳର ଅଧିନାୟିକତ୍ୱ ଅଲିମ୍ପିକ୍ସରେ କରିବେ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp