ଅନ୍ୟ ବହୁରାଷ୍ଟ୍ରୀୟ କମ୍ପାନି ଛଟେଇ କରୁଥିବାବେଳେ ଭାରତରେ ନିଯୁକ୍ତି ଦେବା ଆରମ୍ଭ କଲା ଆପଲ୍

ଅନ୍ୟ ବହୁରାଷ୍ଟ୍ରୀୟ କମ୍ପାନି ଛଟେଇ କରୁଥିବାବେଳେ ଭାରତରେ ନିଯୁକ୍ତି ଦେବା ଆରମ୍ଭ କଲା ଆପଲ୍

ମୁମ୍ବାଇ : ବିଶ୍ବର ବିଭିନ୍ନ ଟେକନଲୋଜୀ କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଥିବାବେଳେ ଅନ୍ୟତମ ପ୍ରମୁଖ କମ୍ପାନି ଆପଲ କିନ୍ତୁ ନୂଆ ନିଯୁକ୍ତି ଦେଇଚାଲିଛି । କମ୍ପାନି ଏବେ ଭାରତରେ ନିଜର ବ୍ୟବସାୟ ସଂପ୍ରସାରଣ କରୁଥିବାରୁ ନୂଆ ନୂଆ ନିଯୁକ୍ତି ଦିଆଯାଉଛି ।

କମ୍ପାନି ପକ୍ଷରୁ ସାରା ଭାରତରେ ରିଟେଲ ଷ୍ଟୋର ଖୋଲାଯାଉଛି । ଏଥିପାଇଁ କମ୍ପାନି ନୂଆ ନିଯୁକ୍ତି ଦେଇଚାଲିଛି । କମ୍ପାନି ପକ୍ଷରୁ ଆଗରୁ ଅନେକ ପେସାଦାରଙ୍କୁ ନିଯୁକ୍ତି ଦେବାର ଯୋଜନା ରହିଛି ବୋଲି ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

କମ୍ପାନି ଓ୍ବେବସାଇଟର କ୍ୟାରିୟର ପେଜରେ ବି ଭାରତ ପାଇଁ ଅନେକ ନିଯୁକ୍ତି ସଂପର୍କରେ ସୂଚନା ରହିଛି । ସେସବୁ ପଦବୀ ମଧ୍ୟରେ ରହିଛି ବିଜନେସ ଏକ୍ସପର୍ଟ, ଅପରେସନ୍ସ ଏକ୍ସପର୍ଟ, ଟେକନଲୋଜୀ ସ୍ପେଶିଆଲିଷ୍ଟ ଇତ୍ୟାଦି । ପୁଣି ଭାରତର ବିଭିନ୍ନ ସହର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଆଦି ପାଇଁ ଏସବୁ ନିଯୁକ୍ତି ସୁଯୋଗ ରହିଛି ।

ସୂଚନାଯୋଗ୍ୟ ଯେ ବିଶ୍ବର ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ଆପଲର ଭାରତରେ କୌଣସି ନିଜସ୍ବ ଷ୍ଟୋର ନାହିଁ । କମ୍ପାନି ବିଗତ କିଛି ବର୍ଷ ତଳୁ ଭାରତରେ ନିଜସ୍ବ ଷ୍ଟୋର ଖୋଲିବାକୁ ଯୋଜନା କରୁଥିବାବେଳେ ତାହା ବିଭିନ୍ନ କାରଣରୁ ବିଳମ୍ବିତ ହୋଇଥିଲା । ୨୦୨୦ରେ କମ୍ପାନି ଭାରତରେ ନିଜର ଅନଲାଇନ ଷ୍ଟୋର ଖୋଲିଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫିଜିକାଲ ଷ୍ଟୋର ନାହିଁ ।

ସୂଚନାଯୋଗ୍ୟ ଯେ ଫେସବୁକ, ଟ୍ବିଟର ଆଦି କମ୍ପାନି ଭାରତ ସମେତ ସାରା ବିଶ୍ବରେ ହଜାର ହଜାର ଲୋକଙ୍କୁ ଛଟେଇ କରିଛନ୍ତି । ସେହିପରି ଆମାଜନ ଭାରତରେ ୧ ହଜାର ଛଟେଇ କରିବାକୁ ଘୋଷଣା କରିଛି ।

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp