ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା
ଅନାଥ ପିଲା ମାନଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି | କରୋନା ମହାମାରୀରେ ଗତ ଏପ୍ରିଲ ୨୦୨୦ ପରେ ବାପା, ମା’ଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଛନ୍ତି ଆଶୀର୍ବାଦ ଯୋଜନା | ପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶୁଶୁଙ୍କ ପାଇଁ ନବୀନ ଏହି ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି । ଉଭୟ ବାପା, ମା ଙ୍କୁ ହରାଇଥିବା ଶିଶୁଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା | ଅନ୍ୟପକ୍ଷରେ ବାପା ବା ମା’ ଜଣକୁ ହରାଇଥିବା ପିଲାଙ୍କୁ ମାସିକ ୧୫୦୦ ଟଙ୍କା ମିଳିବ । ୧୮ ବର୍ଷ ଯାଏଁ ଶିଶୁଙ୍କ ଆକାଉଣ୍ଟରେ ଏହି ଟଙ୍କା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାବାଦ୍ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ସେହିପରି ଶିଶୁ ମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯିବ । ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ତହସିଲଦାର ଓ ପୋଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ । ଏଥିପାଇଁ ପ୍ରତିବର୍ଷ ସ୍ପେଶାଲ ଡ୍ରାଇଭ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
The post ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା appeared first on .