ଅନଲାଇନ ଚାଲୁଥିଲା ଦେହ ବ୍ୟବସାୟ, ଗ୍ରାହକ ହୋଇ ପୁଲିସ କଲା ପର୍ଦାଫାସ
ନୂଆଦିଲ୍ଲୀ: ନୋଏଡା ପୁଲିସର ଏଏଚଟିୟୁ (ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟି) ଏକ ଅନଲାଇନ ଦେହବ୍ୟବସାୟ ରାକେଟର ପର୍ଦାଫାଶ କରିଛି। ପୁଲିସ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ପୁଲିସ ଗୋଟିଏ କାର , ତିନିଟି ଫୋନ ଓ ନଗଦ ୨୪, ୯୩୦ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି ପୁଲିସ।
ସୂଚନାଯୋଗ୍ୟ, ଜୁନ ୧୯ ତାରିଖରେ ଏଏଚଟିୟୁ ପୁଲିସ ଟିମ ଅନଲାଇନ ବୁକିଂ ଜରିଆରେ ଦେହବ୍ୟବସାୟ ଚାଲୁଥିବା କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ବୁଦ୍ଧିମାନ ଲାମା ଓ ସୋନୁଙ୍କ ଉପରେ ଆକସ୍ମିତ ଭାବେ ଚଢ଼ାଉ କରି ଗିରଫ କରିଥିଲା।
ଅଭିଯୁକ୍ତଙ୍କ କହିବାନୁସାରେ, ସେମାନେ ହ୍ବାଟସଆପ ଜରିଆରେ ଲୋକଙ୍କ ସହିତ ଯୋଡ଼ି ହୋଇଥାଆନ୍ତି। ଡିଲ ହୋଇଯିବା ପରେ ଲୋକମାନେ ଯୁବତୀମାନଙ୍କୁ ଗାଡ଼ିରେ ହୋଟେଲ, ଘର ଓ କୋଠି ଆଦି ସ୍ଥାନରେ ପହଞ୍ଚାଇ ଥାଆନ୍ତି। ତେବେ ଯୁବତୀ ଅନୁଯାୟୀ ୫୦୦୦ ହଜାରରୁ ନେଇ ୨୦ହଜାର ପର୍ଯ୍ୟନ୍ତ ଗ୍ରାହକମାନେ ଦେଇଥାଆନ୍ତି। ସେହିପରି ପ୍ରତି ଗ୍ରାହକ ପିଛା ଯୁବତୀଙ୍କୁ ୧୫୦୦ଟଙ୍କା ଦିଆଯାଇଥାଏ।
ଏଏଚଟିୟୁ ପୁଲିସ ଟିମକୁ ଏହି ଅନଲାଇନ ଦେହବ୍ୟବସାୟ ବିଷୟରେ ଖବର ମିଳିବା ପରେ ସେମାନେ ଉକ୍ତ ହ୍ବାଟସ ଆପ ନମ୍ବରରେ ମେସେଜ କରି ଦୁଇଜଣ ଯୁବତୀଙ୍କୁ ବୁକ କରିଥିଲେ। ଏହାପରେ ଗେଷ୍ଟ ହାଉସକୁ ଡକାଇ ଥିଲେ। ଯେମିତି ଗେଷ୍ଟ ହାଉସକୁ ବୁଦ୍ଧିମାନ ଲାମା ଓ ସୋନୁ ଯୁବତୀଙ୍କୁ ପହଞ୍ଚାଇବାକୁ ଆସିଥିଲେ ପୂର୍ବରୁ ପ୍ରସ୍ତୁତ ଥିବା ଏଏଚଟିୟୁ ପୁଲିସ ଟିମ ଦୁଇ ଦଲାଲଙ୍କୁ କାବୁ କରି ନେଇଥିଲେ।
The post ଅନଲାଇନ ଚାଲୁଥିଲା ଦେହ ବ୍ୟବସାୟ, ଗ୍ରାହକ ହୋଇ ପୁଲିସ କଲା ପର୍ଦାଫାସ first appeared on Sambad.