ଅଦିନିଆ ବର୍ଷା ଝରାଇଲା ଚାଷୀଙ୍କ ଆଖିରୁ ଲୁହ: ଧୋଇଗଲା ଝାଳବୁହା ପରିଶ୍ରମ, ରାସ୍ତା ଉପରେ ଗଜା ହେଲା ଧାନ

ଅଦିନିଆ ବର୍ଷା ଝରାଇଲା ଚାଷୀଙ୍କ ଆଖିରୁ ଲୁହ: ଧୋଇଗଲା ଝାଳବୁହା ପରିଶ୍ରମ, ରାସ୍ତା ଉପରେ ଗଜା ହେଲା ଧାନ

ସମ୍ବଲପୁର : ପଶ୍ଚିମ ଓଡିଶା ଚାଷୀଙ୍କ ଉପରେ ପଡ଼ିଚି ଅଦିନିଆ ବର୍ଷା ଛାଟ। ଅଦିନିଆ ବର୍ଷା ଧୋଇଦେଇଛି ଚାଷୀଙ୍କ ଝାଳବୁହା ପରିଶ୍ରମ। ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଚାଉଁରପୁରରେ ଏଭଳି କଷ୍ଟ ଦାୟକ ଦୃଶ୍ୟ ଦେଖିବାକୁ ମିଳିଛି। ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଫଳାଇଲେ। ଏ ବର୍ଷ ଧାନ ବି ଭଲ ହୋଇଥିଲା। କିନ୍ତୁ ଅମଳ କରିବା ପରେ ଅଦିନିଆ ବର୍ଷା ମାଡ଼ରେ ସବୁ ଧାନ ଗଜା ହୋଇଯାଇଛି। ଚାଉଁରପୁର ରାସ୍ତା ଉପରେ ଗଜା ହୋଇଯାଇଥିବା ଧାନ ଶୁଖାଇବା ବେଳେ ଚାଷୀଙ୍କ ଆଖିରୁ ଲୁହ ଝରିଯାଇଥିଲା। ଟୋକନ ସମସ୍ୟା ନେଇ ଅନେକ ଚାଷୀ ଚିନ୍ତିତ ଥିବା ବେଳେ ଏହି ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡା ସାଜିଛି।

ଏସ୍‌ଏମ୍‌ସି ଅଧୀନ ଚାଉଁରପୁରର ଚାଷୀ ଅଭିମନ୍ୟୁ ବଢ଼େଇ ୧୦ ଏକର ଜମିରେ ଚାଷ କରିଥିଲେ। ୧ ଏକର ଜମିରୁ ଆଗୁଆ ଧାନ କାଟିଥିବାରୁ ତାକୁ ଘରେ ରଖିଛନ୍ତି। ବାକି ୯ଏକର ଜମିର ଧାନ ତାଙ୍କର ନଷ୍ଟ ହୋଇଯାଇଥିବା ଅଭିମନ୍ୟୁ କହିଛନ୍ତି। ଚାଉଁରପୁର ରାସ୍ତା ଉପରେ ଶୁଖାଇଥିବା ଧାନ ସବୁ ଗଜା ହୋଇଯାଇଛି। ଧାନ ସବୁ ନଷ୍ଟ ହୋଇଗଲାଣି। ନଷ୍ଟ ହୋଇଯାଇଥିବା ଧାନ ଗାଈ ଖାଇବ କି ନାହିଁ ସନ୍ଦେହ ବୋଲି ସେ କହିଛନ୍ତି। ଏହା ସହିତ ସେ କିଛି ଆର୍ଥିକ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଯେତିକି ଧାନ ଭଲ ଅଛି ତାକୁ ଆମ ପରିବାର ଖାଇବାକୁ ବି ନିଅଣ୍ଟ ବୋଲି ସେ କହିଛନ୍ତି। ଧାର ଉଧାର କରି ଟଙ୍କା ଆଣି ଚାଷ କରିଥିଲୁ। ଧାନ ବିକ୍ରି କରିଥିଲେ ସେ ଟଙ୍କା ସୁଜିଥାନ୍ତେ ଅଭିମନ୍ୟୁ। କିନ୍ତୁ ଦାଉ ସାଜିଲା ଅଦିନିଆ ବର୍ଷା। ତେବେ ସରକାରଙ୍କୁ ସାହାଯ୍ୟ ପାଇଁ ସେ ଅନୁରୋଧ କରିଛନ୍ତି।

ତେବେ ଏ ଦୁଃଖ କେବଳ ଯେ ଅଭିମନ୍ୟୁଙ୍କର ତାହା ନୁହେଁ। ରବିବାର ପାଖାପାଖି ୨୦ରୁ ଅଧିକ ଚାଷୀ ଅଦିନିଆ ବର୍ଷା ମାଡ଼ ଖାଇଥିବା ଧାନକୁ ରାସ୍ତା ଉପରେ ଶୁଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସମସ୍ତେ କେବଳ ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ସମ୍ବଲପୁର ଜିଲ୍ଲାର ଅଧିକାଂଶ ବ୍ଲକରେ ଏଭଳି ଚାଷୀଙ୍କ ଧାନ ଗଜା ହୋଇଛି। ତେବେ ଏସ୍‌ଏମ୍‌ସି ଅଧୀନରେ ହୋଇଥିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କ୍ଷତିପୂରଣ ପ୍ରତିଶ୍ରୁତ ତ ଦୂରର କଥା ଧାନର ଅବସ୍ଥା ଦେଖିବାକୁ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଆସିନଥିବା ଚାଷୀମାନେ କହିଛନ୍ତି।

The post ଅଦିନିଆ ବର୍ଷା ଝରାଇଲା ଚାଷୀଙ୍କ ଆଖିରୁ ଲୁହ: ଧୋଇଗଲା ଝାଳବୁହା ପରିଶ୍ରମ, ରାସ୍ତା ଉପରେ ଗଜା ହେଲା ଧାନ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp