ଅଗଷ୍ଟ ୧୫ ରୁ ସେପ୍ଟେମ୍ବର ୧୫ ମଧ୍ୟରେ CBSE ଦ୍ୱାଦଶ ଶ୍ରେଣୀର ବିକଳ୍ପ ପରୀକ୍ଷା
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ସୁପ୍ରିମ୍କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି । ଅଗଷ୍ଟ ୧୫ ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଦ୍ୱାଦଶ ଲିଖିତ ପରୀକ୍ଷା କରାଯାଇପାରିବ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି । ଏହି ପରୀକ୍ଷାଗୁଡ଼ିକ ବିକଳ୍ପ ରହିବ ଏବଂ ଛାତ୍ରଛାତ୍ରୀମାନେ ଚାହିଁଲେ ଉପସ୍ଥିତ ରହିପାରିବେ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ଚାହିଁଲେ ଏହି ପରୀକ୍ଷା ଦେଇପାରିବେ ।
ଜୁଲାଇ ୩୧ ସୁଦ୍ଧା ବୋର୍ଡ ଦ୍ଵାରା ଦ୍ଵାଦଶ ଫଳାଫଳକୁ ନିକଟରେ ପ୍ରସ୍ତୁତ ମାନଦଣ୍ଡ ଆଧାରରେ ପ୍ରକାଶ କରାଯିବ। ଏହି ଫଳାଫଳରେ ସନ୍ତୁଷ୍ଟ ନଥିବା ଛାତ୍ରମାନେ ପରୀକ୍ଷାରେ ଉପସ୍ଥିତ ରହିପାରିବେ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ଲିଖିତ ପରୀକ୍ଷା ଦେବା ପରେ ଯେଉଁ ମାର୍କ ପାଇବେ ତାହା ସେମାନଙ୍କର ଫାଇନାଲ୍ ମାର୍କ ହେବ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି ।
ବୋର୍ଡ ମୁତାବିକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ୩୦:୩୦:୪୦ କ୍ରାଇଟେରିଆକୁ ଆଧାର କରି ନିର୍ଣ୍ଣୟ କରାଯାଉଛି । କିନ୍ତୁ ଯେଉଁମାନେ ଲିଖିତ ପରୀକ୍ଷା ଦେବେ ସେମାନଙ୍କୁ ପରୀକ୍ଷାରେ ରଖିଥିବା ନମ୍ୱରକୁ ଆଧାର କରି ଦିଆଯିବ । ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ ଆବେଦନ କରିବାକୁ ପଡ଼ିବ । ଖୁବ୍ଶିଘ୍ର ଏନେଇ ଅଧିକ ତଥ୍ୟ ବୋର୍ଡ ପ୍ରଦାନ କରିବ । ଏହାଛଡ଼ା ବୋର୍ଡ ସୁପ୍ରିମ୍କୋର୍ଟକୁ ଏକ କମିଟି ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଆପତ୍ତିର ସମାଧାନ କରିବେ ବୋଲି ଏହି ସତ୍ୟପାଠରେ କହିଛି ।