ଅଗଷ୍ଟ ୧୫ ପରେ ହୋଇପାରେ CBSE ଦ୍ୱାଦଶ ଶ୍ରେଣୀର ବିକଳ୍ପ ପରୀକ୍ଷା, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ଅଗଷ୍ଟ ୧୫ ପରେ ହୋଇପାରେ CBSE ଦ୍ୱାଦଶ ଶ୍ରେଣୀର ବିକଳ୍ପ ପରୀକ୍ଷା, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ: ସୋମବାର ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଯେଉଁଥିରେ କୁହାଯାଇଛି ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରେ । ଏହି ପରୀକ୍ଷା ବିକଳ୍ପ ଅଟେ, ଶିକ୍ଷାର୍ଥୀ ଚାହିଁଲେ ନିଜ ଇଚ୍ଛାରେ ଏଥିରେ ସାମିଲ୍ ହୋଇପାରିବେ । ତେବେ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦାରିତ ମାନଦଣ୍ଡ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ଘୋଷଣା କରିବ । ଯେଉଁ ଛାତ୍ର ଏଥିରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ଏହି ପରୀକ୍ଷାରେ ସାମିଲ୍ ହୋଇପାରିବେ । ଏହି ପରୀକ୍ଷାରେ ମିଳିବାକୁ ଥିବା ନମ୍ବର ଚୂଡ଼ାନ୍ତ ମାର୍କ ହେବ ।

ପରୀକ୍ଷା ଦେଲେ କେମିତି ହେବ ମୂଲ୍ୟାୟନ ?

ବୋର୍ଡ ଅନୁସାରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ୩୦:୩୦:୪୦ ମାନଦଣ୍ଡ ଅନୁଯାୟୀ ଆସିବ । କିନ୍ତୁ ଯେଉଁମାନେ ପରୀକ୍ଷୀ ଦେବେ ସେମାନଙ୍କ ଚୂଡ଼ାନ୍ତ ଫଳ ଲିଖିତ ପରୀକ୍ଷାର ମାର୍କ ଅନୁସାରେ ଆସିବ । ପରୀକ୍ଷାରେ ସାମିଲ୍ ହେବାକୁ ଚାହୁଁଥିବା ଛାତ୍ର ଅନଲାଇନରେ ଆବେଦନ କରିବେ । ଖୁବଶୀଘ୍ର ବୋର୍ଡ ପକ୍ଷରୁ ଅନଲାଇନ୍ ଆବେଦନ ନେଇ ସୂଚନା ଦିଆଯିବ । ଏଥିସହ ଏକ କମିଟି ପରୀକ୍ଷା ଫଳ ନେଇ ଛାତ୍ରଙ୍କ ଅଭିଯୋଗ ଶୁଣିବାକୁ ଏକ କମିଟି ହୋଇଥିବା ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ।

୩୧ ଜୁଲାଇ ସୁଦ୍ଧା ଦ୍ୱାଦଶ ରେଜଲ୍ଟ

ପୂର୍ବରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ନେଇ ମୂଲ୍ୟାଙ୍କନ ଫର୍ମୁଲା ଘୋଷଣା କରିଥିଲା । ତଦନୁସାରେ, ୩୦ ପ୍ରତିଶତ ମାର୍କ ଦଶମ ଶ୍ରେଣୀ, ଆଉ ୩୦ ପ୍ରତିଶତ ଏକାଦଶ ଶ୍ରେଣୀ ଓ ଆଉ ୪୦ ପ୍ରତିଶତ ପ୍ରି-ବୋର୍ଡ/ଇଣ୍ଟନାଲ ଆସେସମେଣ୍ଟ ଅନୁଯାୟୀ ମିଳିବ । ବୋର୍ଡ ଏହି ଫର୍ମୁଲାରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଜୁଲାଇ ୩୧ ସୁଦ୍ଧା ଜାରି କରିବ । ଏଥିପାଇଁ ବୋର୍ଡ ଏକ ଆଇଟିସିଷ୍ଟମ ପ୍ରସ୍ତୁତ କରୁଛି । ଏଥିସହ ଏକ ହେଲ୍ପଡେସ୍କ କରାଯାଉଛି । ଯାହା ବିଦ୍ୟାଳୟଗୁଡ଼ିକୁ ରେଜଲ୍ଟ ପ୍ରସ୍ତୁତରେ ସହାୟତା କରିବ ।

The post ଅଗଷ୍ଟ ୧୫ ପରେ ହୋଇପାରେ CBSE ଦ୍ୱାଦଶ ଶ୍ରେଣୀର ବିକଳ୍ପ ପରୀକ୍ଷା, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp