ଅକ୍ଷୟ ଜୀବନ

ଅକ୍ଷୟ ଜୀବନ

ଶେଷ ପର୍ଯ୍ୟନ୍ତ ମିଲ୍‌ଖା ସି˚ହ ତାଙ୍କ ଜୀବନରେ ଘଟିଥିବା ଦୁଇଟି କଥା ଭୁଲି ପାରି ନ ଥିଲେ। ତନ୍ମଧୢରୁ ଗୋଟିଏ ଥିଲା ତାଙ୍କ ପିତାଙ୍କ କରୁଣ ଚିତ୍କାର- ‘ଭାଗ୍‌, ମିଲ୍‌ଖା ଭାଗ୍‌’, ଯାହା ପରେ ଊର୍ଦ୍ଧ୍ବଶ୍ବାସରେ ଦୌଡ଼ି ପଳାୟନ କରୁଥିବା କିଶୋର ମିଲ୍‌ଖା କ୍ଷଣିକ ଲାଗି ପଛକୁ ବୁଲି ଯାହା ଦେଖିଥିଲେ ତାହା ଥିଲା ତାଙ୍କ ପିତା ଓ ମାତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଥିବାର ଦୃଶ୍ୟ। ତାହା ଥିଲା ସ୍ବାଧୀନତା ପରବର୍ତ୍ତୀ ଦେଶ ବିଭାଜନର ସମୟ। ତା’ ପରେ ମିଲ୍‌ଖା ସି˚ହ ଦିଲ୍ଲୀରେ ପହଞ୍ଚି ଏକ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଥିଲେ।

ତାଙ୍କ ସ୍ମୃତି ପଟଳରୁ ଲିଭି ନ ଥିବା ଦ୍ବିତୀୟ ଘଟଣାଟି ଘଟିଥିଲା ୧୯୬୦ ମସିହାରେ, ଇଟାଲିର ରାଜଧାନୀ ରୋମ୍‌ ସହରରେ। ସେଠାରେ ଅନୁଷ୍ଠିତ ହେଉଥିବା ଅଲି˚ପିକ୍‌ସ କ୍ରୀଡ଼ା ପ୍ରତିଯୋଗିତାରେ ଚାରି ଶହ ମିଟର ଦୌଡ଼ ଶୃଙ୍ଖଳାରେ ଏକ ଭୁଲ୍‌ ନିଷ୍ପତ୍ତି ନେଇ ନିଜର ବେଗକୁ କିଞ୍ଚିତ ମନ୍ଥର କରି ଅନ୍ତିମ ୧୫୦ ମିଟରର ପ୍ରାଣମୂର୍ଚ୍ଛା ଦୌଡ଼ ଲାଗି ଶକ୍ତି ସ˚ଚୟ କରିବା ବେଳକୁ ତାଙ୍କୁ ଅତିକ୍ରମ କରିଯାଇଥିଲେ ଦକ୍ଷିଣ ଆଫ୍ରିକୀୟ ଧାବକ ମାଲକମ ସ୍ପେନ୍‌ସ; ଯାହାଙ୍କୁ ଆଉ ଶେଷ ପର୍ଯ୍ୟନ୍ତ ଧରି ପାରି ନ ଥିଲେ ସେ। ସ୍ପେନ୍‌ସ ଫିନିସି˚ ଲାଇନ୍‌ ଅତିକ୍ରମ କରିବାର ମାତ୍ର ୦.୧ ସେ‌େକଣ୍ତ ପରେ ମିଲ୍‌ଖା ତାହା ଛୁଇଁଥିଲେ, ଯାହାକୁ ଅଲିମ୍ପିକ୍‌ସ ଇତିହାସରେ ଅନ୍ୟତମ ସର୍ବାଧିକ ରୋମା˚ଚକର ‘ଫଟୋ-ଫିନିସ୍‌’ ଭାବେ ଏ ଯାବତ୍‌ ଗ୍ରହଣ କରାଯାଉଛି। ତାଙ୍କ ଆତ୍ମଜୀବନୀ ‘ଦ ରେସ୍ ଅଫ୍ ମାଇଁ ଲାଇଫ୍’ରେ ବା ତାଙ୍କର ବିଭିନ୍ନ ସାକ୍ଷାତ୍‌କାରରେ ସେ ଏହି ଭୁଲ୍‌ ନିଷ୍ପତ୍ତି ବାବଦରେ ବାରମ୍ବାର ପ୍ରକାଶ କରିଥିଲେ; ଯାହାର ଗ୍ଳାନିବୋଧ କେବଳ ତାଙ୍କ ମୃତ୍ୟୁ ସହିତ ହିଁ ସମାପ୍ତ ହୋଇଛି। ଏକ ସାକ୍ଷାତ୍‌କାରରେ ସେ କହିଥିଲେ: ‘ଯେତେବେଳେ ଆଖିର କୋଣରେ ଦେଖିଲି ଯେ ସେ ମୋତେ ଅତିକ୍ରମ କରି ଯାଉଛନ୍ତି, ସେହି କ୍ଷଣି ମୁଁ ବୁଝି ପାରିଥିଲି ଯେ ମୋ ଭାଗ୍ୟର ତାରା ଅସ୍ତ ହୋଇଗଲା।’ ଉଲ୍ଲେଖ କରାଯାଇପାରେ ଯେ ସେହି ମାଲକମ ସ୍ପେନ୍‌ସଙ୍କୁ ସେ ମାତ୍ର ଦୁଇ ବର୍ଷ ପୂର୍ବେ ୧୯୫୮ ମସିହାର ‘କମନ୍‌ୱେଲ୍‌ଥ ଗେମ୍‌ସ’ରେ ପରାଜିତ କରି ସ୍ବର୍ଣ୍ଣ ପଦକ ଲାଭ କରିଥିଲେ।

ରୋମ ଅଲି˚ପିକ୍‌ସରେ ଚତୁର୍ଥ ହେବା ସତ୍ତ୍ବେ ସେ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ, ତାହା ପରବର୍ତ୍ତୀ ୩୮ ବର୍ଷ କାଳ ଅକ୍ଷୁଣ୍ଣ ଥିଲା। ସେ ଘୋଷଣା କରିଥିଲେ ଯେ ଯିଏ ଏହି ରେକର୍ଡ ଭଙ୍ଗ କରିବେ, ତାହାଙ୍କୁ ସେ ଦୁଇ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବେ। ୧୯୯୮ ମସିହାରେ କୋଲକତା ଠାରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ମିଲ୍‌ଖାଙ୍କ ରେକର୍ଡ ଭାଙ୍ଗିଲା। କିନ୍ତୁ ନୂଆ ରେକର୍ଡଧାରୀ ପରମଜିତ ସି˚ହଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରିବାକୁ ମିଲ୍‌ଖା ପ୍ରତ୍ୟାଖ୍ୟାନ କରିଦେଲେ। ଏହାର କାରଣ ପ୍ରଦାନ କରି ସେ କହିଥିଲେ ଯେ ଭାରତରେ ନୁହେଁ, ବିଦେଶ ଭୂଇଁରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ, ପରମଜିତ ତାଙ୍କ ପୁରସ୍କାରର ହକ୍‌ଦାର ହୋଇ ଥାଆନ୍ତେ। ଅନେକ ବିଚାର କରନ୍ତି ଯେ ମିଲ୍‌ଖାଙ୍କ ଶ୍ରେଷ୍ଠ ପ୍ରଦର୍ଶନଗୁଡ଼ିକ ବିଦେଶ ଭୂଇଁରେ ସମ୍ଭବ ହୋଇଥିବାରୁ ସେ ଏଭଳି ଏକ ସର୍ତ୍ତ ଯୋଡ଼ି ଥିଲେ। ଭୁଲିଗଲେ ହେବ ନାହିଁ ଯେ ପ୍ରାୟ ଏକ ଦଶନ୍ଧି କାଳ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଏସିଆ ମହାଦେଶରେ ରାଜତ୍ବ କରିଥିବା ମିଲ୍‌ଖା ସି˚ହ ଅ˚ଶ ଗ୍ରହଣ କରିଥିବା ୮୦ଟି ପ୍ରତିଯୋଗିତାରୁ ୭୭ରେ ବିଜୟୀ ହୋଇଥିଲେ। ତାଙ୍କର ଧାରଣା ଥିଲା ଯେ ତାଙ୍କ ଭଳି ଜଣେ ଭାରତୀୟ ଆଥ୍‌ଲେଟ୍‌ ଆଉ ଜନ୍ମ ଗ୍ରହଣ କରିବେ ନାହିଁ। ଏବେ ବୋଧ ହେଉଛି ଯେ ସମ୍ଭବତଃ ତାଙ୍କର ଏହି ଧାରଣା ଭୁଲ ନ ଥିଲା। କାରଣ ତାଙ୍କ ଭଳି ଜଣେ ଆଥ୍‌ଲେଟ୍‌ ଏ ଯାବତ୍‌ ଭାରତ ସୃଷ୍ଟି କରି ପାରିନାହିଁ।

ଭାରତୀୟ ସେନାବାହିନୀରେ ପ୍ରବେଶ କରିବାରେ ତିନି ଥର ବିଫଳ ହୋଇଥିବା ମିଲ୍‌ଖା ସି˚ହ ଶେଷରେ ସଫଳ ହେବା ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ତାଙ୍କ କୈଶୋର ଏବ˚ ଆଦ୍ୟ ତାରୁଣ୍ୟ ଅତିବାହିତ ହୋଇଥିଲା ଦାରିଦ୍ର୍ୟ, ଅନଟନ, କୁସଙ୍ଗ ଓ ବିଶୃଙ୍ଖଳା ମଧୢରେ। ସେ ଜୋତା ପଲିସ୍‌ କରିବା ଠାରୁ ଆରମ୍ଭ କରି ଚୋରି କରିବା ପର୍ଯ୍ୟନ୍ତ ଅନେକ ବୃତ୍ତି ଆପଣାଇଥିଲେ ଏବ˚ ଚୋରି ଅଭିଯୋଗରେ ଥରେ ଜେଲ୍‌ ମଧୢ ଯାଇଥିଲେ। ତେବେ, ଭାରତୀୟ ସେନାବାହିନୀରେ ଯୋଗ ଦେବା ପରେ ତାଙ୍କ ଠାରେ ଯେଉଁ ପ୍ରତିଭାର ଚମକ ତାଙ୍କ ପ୍ରଶିକ୍ଷକ ବଳଦେବ ସି˚ହ ଦେଖି ପାରିଥିଲେ, ତାହା ସାଧାରଣ ନ ଥିଲା। କାରଣ ପରବର୍ତ୍ତୀ ଅନେକ କାଳ ଯାଏ ସେହି ଚମକ ଭାରତୀୟ କ୍ରୀଡ଼ା ଆକାଶକୁ ଉଦ୍‌ଭାସିତ କରି ରଖିଥିଲା। ସେ ଅ˚ଶ ଗ୍ରହଣ କରିଥିବା ପ୍ରଥମ ସର୍ବବୃହତ୍‌ ପ୍ରତିଯୋଗିତା ୧୯୫୬ ଅଲି˚ପିକ୍‌ସରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ହତାଶାଜନକ ଥିଲା ସିନା, ତା’ର ଗ୍ଳାନି ପରବର୍ତ୍ତୀ ସମୟରେ ତାଙ୍କ ଦିଗ୍‌ବିଜୟ ଲାଗି ଭିତ୍ତି ସ୍ଥାପନ କରିଥିଲା। ତାଙ୍କ ଆତ୍ମଜୀବନୀରେ ସେ କହିଥିବା ଭଳି ସେହି ଅଲି˚ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜେତା ଚାର୍ଲସ ଜେନକିନ୍‌ସଙ୍କ ଠାରୁ ସେ ତାଙ୍କ ଅଭ୍ୟାସର ପଦ୍ଧତି ବାବଦରେ ତଥ୍ୟ ହାସଲ କରିବାରେ ସଫଳ ହୋଇଥିଲେ ଏବ˚ ତାକୁ ଅନୁସରଣ କରି ‘ରକ୍ତ ବାନ୍ତି କରିବା’ ବା ‘ଅଚେତ ହେବା’ ପର୍ଯ୍ୟନ୍ତ ଅଭ୍ୟାସ ଜାରି ରଖିଥିଲେ; ଯାହାର ଫଳଶ୍ରୁତି ସ୍ବରୂପ ସେ ଚାରି ଥର ଏସୀୟ କ୍ରୀଡ଼ା ଏବ˚ ପ୍ରଥମ ଭାରତୀୟ ଭାବେ କମନୱେଲ୍‌ଥ ଗେମ୍‌ସ ସହିତ ଅନ୍ୟାନ୍ୟ ଅନେକ ଆନ୍ତର୍ଜାତିକ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କ ଜୀବଦ୍ଦଶାରେ ସେ କି˚ବଦନ୍ତିରେ ପରିଣତ ହୋଇ ସାରିଥିଲେ। ସେଥି ଲାଗି ୧୯୬୧ରେ ପ୍ରତିଷ୍ଠିତ ଅର୍ଜୁନ ପୁରସ୍କାର ଯେତେବେଳେ ତାଙ୍କ ପାଖକୁ ୨୦୦୧ ମସିହାରେ ଆସିଥିଲା, ତାହା ସର୍ବତ୍ର ଭ୍ରୂକୂ˚ଚନ ସୃଷ୍ଟି କରିଥିଲା; ଏବ˚ ତାହା ଗ୍ରହଣ କରିବାକୁ ଯେତେବେଳେ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ, ସେତେବେଳେ କେହି ବିସ୍ମିତ ହୋଇ ନ ଥିଲେ।

ତାଙ୍କ ଜୀବନ କାହାଣୀରେ ଭରି ରହିଥିବା ରୋମାଞ୍ଚ ଅନେକ ଚଳଚ୍ଚିତ୍ର ନିର୍ମାତାଙ୍କୁ ତାଙ୍କର ଏକ ‘ବାୟୋ-ପିକ୍‌’ ନିର୍ମାଣ କରିବାକୁ ଉତ୍ସାହିତ କରିଥିଲେ ମଧୢ ମିଲ୍‌ଖାଙ୍କ ଅନୁମୋଦନ ଅଭାବରୁ ସେ ସବୁ ଫଳବତୀ ହୋଇପାରି ନ ଥିଲା। କିନ୍ତୁ ଯେତେବେଳେ ଅତ୍ୟନ୍ତ ପ୍ରତିଭାବାନ ନିର୍ଦ୍ଦେଶକ ରାକେଶ ଓମ ପ୍ରକାଶ ମେହରା ଏଥି ନିମନ୍ତେ ମନ ବଳାଇଲେ, ସେ ତତ୍‌କ୍ଷଣାତ୍‌ ରାଜି ହୋଇଯାଇଥିଲେ। କେବଳ ସେତିକି ନୁହେଁ, ଅନୁମତି ପ୍ରଦାନ ଲାଗି ତାଙ୍କୁ ବିପୁଳ ଅର୍ଥ ପ୍ରଦାନ କରାଯିବାର ପ୍ରସ୍ତାବକୁ ଅଗ୍ରାହ୍ୟ କରି ସେ ସ୍ବଭାବସୁଲଭ ଢଙ୍ଗରେ ରାକେଶ ଓମ ପ୍ରକାଶ ମେହରାଙ୍କ ପ୍ରତିଭା ଉପରେ ସ˚ପୂର୍ଣ୍ଣ ଆସ୍ଥା ପ୍ରକଟ କରି ମାତ୍ର ଏକ ଟଙ୍କା ଗ୍ରହଣ କରିଥିଲେ। କହିବା ବାହୁଲ୍ୟ ଯେ ରାକେଶ ଓମ ପ୍ରକାଶ ମେହରା ମିଲ୍‌ଖାଙ୍କ ଆସ୍ଥା ଭଙ୍ଗ ହେବାର ସୁଯୋଗ ଦେଇ ନ ଥିଲେ ଏବ˚ ‘ଭାଗ ମିଲ୍‌ଖା ଭାଗ୍‌’ ନାମକ ‘ବାୟୋ-ପିକ୍‌’ଟି ଉଭୟ ସମାଲୋଚକ ଏବ˚ ଜନସାଧାରଣଙ୍କ ଦ୍ବାରା ଆଦୃତ ହୋଇ ସେହି ବର୍ଷର ଅନ୍ୟତମ ସର୍ବାଧିକ ସଫଳ ସିନେମାରେ ପରିଣତ ହୋଇଥିଲା।

ମିଲ୍‌ଖାଙ୍କ ଜୀବନର ଅନ୍ୟତମ ସର୍ବଶ୍ରେଷ୍ଠ କୃତିତ୍ବ ଥିଲା ପାକିସ୍ତାନର ପ୍ରସିଦ୍ଧ ଧାବକ ଅବଦୁଲ ଖାଲିକଙ୍କୁ ଦୁଇ ଥର ପରାସ୍ତ କରିବା। ସେହି ସମୟରେ ଶହେ ମିଟର ଦୌଡ଼ ଶୃଙ୍ଖଳାରେ ଖାଲିକଙ୍କୁ ଏସିଆର ଦ୍ରୁତତମ ଧାବକ ଭାବେ ବର୍ଣ୍ଣନା କରାଯାଉଥିଲା। ଏଭଳି ଏକ ସ୍ଥିତିରେ ୧୯୬୦ ମସିହାରେ ପାକିସ୍ତାନର ଲାହୋର ଠାରେ ଉଭୟଙ୍କ ମଧୢରେ ୨୦୦ ମିଟର ଦୌଡ଼ର ଏକ ପ୍ରତିଦ୍ବନ୍ଦ୍ବିତାର ଆୟୋଜନ କରାଯାଇଥିଲା; ଯହିଁରେ ଖାଲିକ ପରାଜିତ ହୋଇଥିଲେ ଏବ˚ ସେହି ପ୍ରତିଦ୍ବନ୍ଦ୍ବିତାରେ ଉପସ୍ଥିତ ପାକିସ୍ତାନର ରାଷ୍ଟ୍ରପତି ଜେନେରାଲ ଆୟୁବ ଖାଁ ମିଲ୍‌ଖାଙ୍କୁ ‘ଫ୍ଲାଇ˚ ଶିଖ୍‌’ (ଉଡ଼ନ୍ତା ଶିଖ) ଭାବେ ଯେଉଁ ଆଖ୍ୟା ପ୍ରଦାନ କରିଥିଲେ, ତାହା ତାଙ୍କର ଏକ ସର୍ବଗୃହୀତ ପରିଚିତି ହୋଇ ରହିଯାଇଥିଲା।

କରୋନା ଦ୍ବାରା ପୀଡ଼ିତ ହୋଇ ମାତ୍ର ସାତ ଦିନ ଆଗରୁ ତାଙ୍କ ପତ୍ନୀ ନିର୍ମଳ କୌର ଇହଲୀଳା ସମ୍ବରଣ କରିଥିଲେ। ନିର୍ମଳ ଥିଲେ ତାଙ୍କ ସମୟରେ ଜାତୀୟ ଭଲିବଲ୍‌ ଦଳର କ୍ୟାପ୍‌ଟେନ୍‌। ସ୍ବୟ˚ ମିଲ୍‌ଖା ସି˚ହ କରୋନା ସ˚କ୍ରମିତ ହୋଇ ଚିକିତ୍ସା ଲାଗି ଚଣ୍ତୀଗଡ଼ର ପି.ଜି.ଆଇ. ହସ୍‌ପିଟାଲରେ ପଶିବା ପୂର୍ବରୁ ଯାହା କହିିଥିଲେ, ତାହା ହେଲା: ‘ବ୍ୟସ୍ତ ହୁଅ ନାହିଁ। ମୁଁ ମାନସିକ ଭାବେ ବେଶ୍‌ ଭଲ ଅଛି। କେବଳ ବୁଝିପାରୁନାହିଁ କେଉଁଠୁ ଏହି ସ˚କ୍ରମଣ ପାଇଲି?’

ସତ କହିଲେ ଅତ୍ୟନ୍ତ ସନ୍ତର୍ପଣରେ ଆସି କରୋନା ଆମ ସମକ୍ଷରୁ ଏହି କି˚ବଦନ୍ତୀୟ ପୁରୁଷଙ୍କୁ ଚିର ଦିନ ଲାଗି ଅପହରଣ କରିନେଲା।
ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ଏକାନବେ ବର୍ଷ। କିନ୍ତୁ କୁହାଯାଏ ଯେ କି˚ବଦନ୍ତିମାନଙ୍କ ମୃତ୍ୟୁ ନ ଥାଏ! ସେମାନେ ଅକ୍ଷୟ ଜୀବନ ଜିଅନ୍ତି।

The post ଅକ୍ଷୟ ଜୀବନ first appeared on Sambad.

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp